ନାରୀ ମହାସଂଘ ପକ୍ଷରୁ ମହାସମାରୋହରେ ପାଳିତ ହେଲା ଆନ୍ତର୍ଜାତୀୟ ମହିଳା ଦିବସ
ନାରୀ ମହାସଂଘ ପକ୍ଷରୁ ମହାସମାରୋହରେ ପାଳିତ ହେଲା ଆନ୍ତର୍ଜାତୀୟ ମହିଳା ଦିବସ”
ଆଦ୍ୟ ତା – ୮/୦୩/୨୦୨୬ ରିଖ ରବିବାର ଦିନ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ପଞ୍ଚାୟତ ପାତ୍ରପୁଟ ଗ୍ରାମ ଠାରେ ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ଓ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଗଲା , ସର୍ବ ପ୍ରଥମେ ମାତା ସାବିତ୍ରୀ ବାଈ ଫୁଲେ – କେପ୍ଟନ୍ ଲକ୍ଷ୍ମୀ ସହେଗଲ୍ – ମଦର ଟେରେସା – ରାଣୀ ଦୂର୍ଗାବତୀଙ୍କ ଫଟୋ ଚିତ୍ରରେ ସମ୍ମାନ ସହ ପୁଷ୍ପ ଦେଈ ସଭାକାର୍ଯ୍ୟ ଆରମ୍ଭ କରାଗଲା , ସଭା କାର୍ଯ୍ୟ ଆରମ୍ଭରେ ନାରୀ ନିର୍ଯ୍ୟାତନା ରେ ଓ ମଦବିରଧି ଅଭିଯାନ ବା ନାରୀ ମାନଙ୍କ ହକ ଅଧିକାର ପାଇଁ ଲଢ଼ିକି ଜୀବନ ଦେଇଥିବା ବା ହତ୍ୟାର ଶିକାର ବା ମୃତ୍ୟୁ ବରଣ କରିଥିବା ଦେଶ ବିଦେଶ ଓ ନିଜ ଅଞ୍ଚଳର ମା ଭଉଣୀ ମାନଙ୍କ ନିମନ୍ତେ ଏକ ଶକ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଗଲା ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ମଧ୍ୟର ମଦ ବିରୋଧୀ ଅଭିଯାନରେ ସାମିଲ୍ ଥିବା ୧୦ ଗୋଟି ବ୍ଲକ ମଧ୍ୟର ଶତାଧିକ ନାରୀ ସଙ୍ଘ ମା ଓ ଭଉଣୀ ଉପସ୍ଥିତ ଥିଲେ , ବର୍ତ୍ତମାନ ପରିସ୍ଥିତିରେ ନାରୀ ମାନଙ୍କ ସାମ୍ବିଧାନିକ ଅଧିକାର , ସୁରକ୍ଷା , ନାରୀ ମୁକ୍ତି , ସମାନତା , ଜୀବିକା ସୁରକ୍ଷା ଓ ନାରୀ ନିର୍ଯ୍ୟାତନା ବିରୋଧରେ ବିସୃତ ଭାବରେ ଆଲୋଚନା କରାଗଲା , ବେଆଇନ୍ ଦେଶୀ ଓ ବେଆଇନ୍ ବିଦେଶୀ ମଦ ବିରଧରେ ଆଗାମୀ ଦିନରେ ଜିଲ୍ଲାର ଗାଁ ଗାଁ ମଧ୍ୟରେ ନାରୀ ସଙ୍ଘ ଗଠନ କରି ଆନ୍ଦୋଳନ ଜୋରଦାର କରିବା ନିମନ୍ତେ ସମସ୍ତେ ଶପଥ ନେଲେ , ସମସ୍ତଙ୍କ ଗୋଟିଏ ଦାବୀ ବେଆଇନ୍ ମଦ ବେପାର ଓ ମଦ ରାନ୍ଧିବା ଛାଡ଼ ନଚେତ୍ ଗାଁ ଛାଡ଼ ବୋଲି ନାରୀ ମହାସଂଘ ପକ୍ଷରୁ ଘଷଣା କରାଗଲା , ଜିଲ୍ଲା ପ୍ରଶାସନ , ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ଯଦି ଯଥାଶୀଘ୍ର ବେଆଇନ୍ ମଦ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବ ନାହିଁ ତାହେଲେ ଆଗାମୀ ଦିନରେ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ମଧ୍ୟରେ ଯେମିତି ମଦ ବିରୋଧରେ ଉଗ୍ର ଆନ୍ଦୋଳନ ହେଇଥିଲା ସେମିତି ନବରଙ୍ଗପୁର ଜିଲ୍ଲା ମଧ୍ୟରେ ମଧ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ନାରୀ ମହାସଂଘ ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ ଜାନି କହିଛନ୍ତି , ମଦ ବ୍ୟବସାୟୀ ମାନଙ୍କ ସହ ମିଶି କିଛି ଅସାଧୁ ପୋଲିସ୍ କର୍ମଚାରୀ ଓ ଅବକାରୀ ବିଭାଗ କର୍ମଚାରୀ ଏହି ବେଆଇନ୍ ମଦ କାରବାର କୁ ସୁରକ୍ଷା ଦେଉଛନ୍ତି ବୋଲି ନାରୀ ମହାସଙ୍ଘ ସଭାନେତ୍ରୀ ଉର୍ମିଳା ସାହୁ ଅଭିଯୋଗ କରିଥଲେ , ନାରିସଂଘ ପକ୍ଷରୁ ବେଆଇନ୍ ମଦ ଓ ମଦ ତିଆରି ଫାସ ଗୁଡ଼ିକ ଜବତ କରି ସ୍ଥାନୀୟ ପୁଲିସ୍ ବିଭାଗ ଓ ଅବକାରୀ ବିଭାଗକୁ ଖବର ଦେଲେ ମଧ୍ୟ ମଦ ବ୍ୟବସାୟୀ ମାନଙ୍କୁ ସହଯୋଗ କରୁଥିବା ଅବକାରୀ ବିଭାଗ ଓ ପୋଲିସ୍ ବିଭାଗ କର୍ମଚାରୀ ଜବତ କରିବା ପାଇଁ କି ଗିରଫ କରିବା ପାଇଁ ଘଟଣା ସ୍ଥଳକୁ ଆସୁ ନାହାଁନ୍ତି ବୋଲି ପାତ୍ରପୁଟ ପଞ୍ଚାୟତ ସମ୍ପାଦିକା ଶ୍ରୀମତୀ ଭତରା ଅଭିଯୋଗ କରିଥିଲେ , ନାରୀ ସୁରକ୍ଷା , ନାରୀ ସମ୍ମାନ , ନାରୀ ସମାନତା ଓ ନାରୀ ନିର୍ଯ୍ୟାତନା ବିଷୟରେ ବିସ୍ତୃତ ଭାବରେ ବରିଷ୍ଠ ମହିଳା ସମାଜ ସେବୀ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ସମସ୍ତ ମହିଳା ମାନଙ୍କୁ ସଚେତନ କରିବା ସହ ବୁଝାଇଥିଲେ , ମଦ୍ୟ ପାନ କରି ବହୁତ୍ ପରିବାରରେ ସ୍ଵାମୀ ସ୍ତ୍ରୀ ବା ବାପା ପୁଅ ଗଣ୍ଡଗୋଳ ଅଶାନ୍ତି ଘଟୁଛି ଏବଂ ମଦ ଜଗୁ ଦିନକୁ ଦିନ ନାରୀ ନିର୍ଯ୍ୟାତନା ଅଧିକ ସଂଖ୍ୟାରେ ବଢ଼ୁଛି ବୋଲି ଝରିଗାଁ ବ୍ଲକ ନାରୀ ସଙ୍ଘ ସଭାନେତ୍ରୀ ଶ୍ରୀମତୀ ସୁର୍ଯ୍ୟ ସାନ୍ତା କହିଥିଲେ , ଆଗାମୀ ଦିନରେ ପ୍ରତ୍ୟେକ ଗାଁ ଓ ପଞ୍ଚାୟତ ସ୍ତରରେ ନାରିସଂଘ କମିଟି ଗଠନ କରିବା ଓ ମଦ ମୁକ୍ତ ଅଭିଯାନକୁ ତୀବ୍ର କରିବା ସହ ସମସ୍ତ ଗରିବ ମହିଳା ଶ୍ରମିକ ମାନଙ୍କୁ ରାଜ୍ୟ ସରକାରଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୩୫୦ ଟଙ୍କା କେମିତି ମିଳିପାରିବ ସେଥି ନିମନ୍ତେ ଲଢେ଼ଇ ଜୋରଦାର କରିବା ବୋଲି ଜିଲ୍ଲା ସମ୍ପାଦିକା ସୁଶ୍ରୀ ପାର୍ବତୀ ଧୂରୁଆ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ , ଏହି ଜିଲ୍ଲାସ୍ତରୀୟ ସଭା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୧୦ ଗୋଟି ବ୍ଲକ ମଧ୍ୟର ନେତୃତ୍ବ ନେଉଥିବା ମା ଓ ଭଉଣୀ ସମସ୍ତେ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ୧୮୯ ପଞ୍ଚାୟତରେ ନାରୀ ସଙ୍ଘ କମିଟି ଗଠନ କରି ନବରଙ୍ଗପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ନିମନ୍ତେ ଲଢ଼ିବା ବୋଲି ନିଷ୍ପତି ଓ ଶପଥ ନେଲେ , ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଙ୍ଗଠକ ଶ୍ରୀ ଦେବରାଜ ନାଗ , ଶ୍ରୀ ଦୟାନିଧି ସୁନା , ଶ୍ରୀ ସଲିମଧର ଜାନି , ଶ୍ରୀମତୀ ଘମେ ଗୌଡ , ସମାରି ଜାନି , ଦେବତୁଲା ପ୍ରଧନୀ , ପ୍ରତିମା ହରିଜନ, ଲଛମା ହରିଜନ , ସାଣ୍ଟା ହରିଜନ , ଭଗବତୀ ଜାନି , ବିମଳା ହରିଜନ , ଲଳିତା ପାତ୍ର , ଝନକଦେଈ ମାଝୀ , ବନିତା ଜାନି , ଚନ୍ଦ୍ରାବତି ଗୌଡ , ଦୟମନ୍ତି ଗୌଡ , ଲଳିତା ଗୌଡ , ଜେମା ଭତ୍ରା , ରାମା ଗୌଡ , ଶାନ୍ତି ଗୌଡ , ଧନମତି ବିନ୍ଧାଣୀ , ଟଭା ମାଝୀ , ପାର୍ବତୀ ଗୌଡ , ଗମତୀ ଗୌଡ , ସଭା ଗୌଡ , ଦ୍ରୌପଦୀହରିଜନ , ପୂର୍ଣ୍ଣିମାଗୌଡ , ବିମଳାଜାନି, ଗୀତା ସିଂ , ନାଇନା ଜାନି , ଧନାଇ ଜାନି ଓ ଅନ୍ୟାନ୍ୟ ଶତାଧିକ ମହିଳା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ
ସଭା ଶେଷରେ ଯଥାଶୀଘ୍ର ବେଆଇନ୍ ମଦ ବ୍ୟବସାୟ , ମଦ ଦୋକାନ ଓ ମଦ ଭାଟି ବିରୋଧରେ ଜିଲ୍ଲାପାଳ କାର୍ଯ୍ୟଳୟ , ଜିଲ୍ଲା ଅବକାରୀ ବିଭାଗ ମୁଖ୍ୟ କାର୍ଯ୍ୟଳୟ ଓ ପୋଲିସ୍ ବିଭାଗ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟ ଘେରାଉ କରି ଦାବୀପତ୍ର ପ୍ରଦାନ କରାଯିବ ବୋଲି ଘଷଣା କରିଥଲେ ନବରଙ୍ଗପୁର ଜିଲ୍ଲା ନାରୀ ମହାସଙ୍ଘର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ଶ୍ରୀ ରାଜେଶ୍ ଜାନି
