ବାଂଲାଦେଶରେ ନିର୍ଯ୍ୟାତିତ ହେଉଛି ଓଡିଆ ଝିଅ

ପୁରୀରେ ଲଭ୍ ଜିହାଦ।ବାଂଲାଦେଶରେ ନିର୍ଯ୍ୟାତିତ ହେଉଛି ଓଡ଼ିଆ ଝିଅ। ଏପଟେ ପୁରୀରେ ଭୋ ଭୋ ହୋଇ କାନ୍ଦୁଛି ମାଆ। ଝିଅକୁ ତୁରନ୍ତ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପୁରୀର ଅଞ୍ଜଳି ପରିଡ଼ା। ଏନେଇ ପୁରୀ ଏସପିଙ୍କୁ ସାକ୍ଷାତ କରିବା ସହିତ ଏତଲା ଦେଇଛନ୍ତି। ସେଠାରେ ଝିଅକୁ ଇସଲାମ ଧର୍ମ ଆପଣାଇବାକୁ ଜୋର୍ କରାଯାଉଥିବା ଅଭିଯୋଗ ହୋଇଛି। ବେଙ୍ଗଲି ବୋଲି କହି ଆପ ଜରିଆରେ ଝିଅକୁ ପ୍ରେମରେ ଫସାଇ ଥିଲା ସବୀର ନାମକ ଜଣେ ଯୁବକ। ପରେ ବେଙ୍ଗଲରୁ ବଙ୍ଗଳାଦେଶ ନେଇ ରଖିଥିବା ଅଭିଯୋଗ ହୋଇଛି। ଗତ ୨୦୨୧ ନଭେମ୍ବର ୨୭ ରେ ଝିଅକୁ ୧୬ ବର୍ଷ ହୋଇଥିବା ସମୟରେ ସେ ନିଖୋଜ ହୋଇଥିବା ନେଇ ଏକ ଏତଲା ଦାୟର କରିଥିଲେ ତାଙ୍କ ମାଆ ଅଞ୍ଜଳି । ପରେ ପଶ୍ଚିମବଙ୍ଗର କୁଚବିହାରରେ ଝିଅ ଥିବା ନେଇ ଖବର ପାଇବା ପରେ ପୋଲିସ୍ ସହାୟତାରେ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ପୋଲିସ୍ ଥାନା ଅଧକାରୀଙ୍କ ସମ୍ପର୍କୀୟ ବୋଲି ଯୁବକକୁ ଖସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଜଳି। ଝିଅ ସେଠାରୁ ସମୟ ସମୟରେ ଫୋନ୍ କରୁଥିବା ବେଳେ ନିର୍ଯ୍ୟାତିତ ହେଉଥିବା ଖବର ପାଇଛନ୍ତି ମାଆ। ଶେଷଥର ପାଇଁ ଝିଅ ସହ ଚଳିତ ମାସ ୨ ତାରିଖରେ କଥା ହୋଇଥିଲେ। ଝିଅ କୁ ଫେରାଇ ଆଣିବା ପାଇଁ ଏବେ ଏସପି ଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସରକାରୀ ସ୍ତରରେ କିଭଳି ଝିଅକୁ ଅଣାଯାଇପାରିବ ସେ ନେଇ ପ୍ରୟାସ କରିବା ପାଇଁ ଅନୁରୋଧ କରିଛନ୍ତି ମାଆ ଅଞ୍ଜଳୀ ପରିଡ଼ା। ସେପଟେ ପୁରୀ ଏସପି କହିଛନ୍ତି ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି। ଝିଅକୁ କିଭଳି ଫେରାଇ ଅଣାଯାଇ ପାରିବ ସେ ଦିଗରେ ପୋଲିସ କାର୍ଯ୍ୟ କରୁଛି।

Leave a Reply

Your email address will not be published. Required fields are marked *