ରାୟଗଡ଼ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଉତ୍ସବ ପାଳିତ
ରାୟଗଡ଼ା-୧୩/୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଅସାମର ଗୌହାଟୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଯୋଜନାର ୨୨ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧକ୍ଷତାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା,ଯେଉଁଠାରେ ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧାପ୍ରସାରଣ (Live Telecast) ଦେଖିଥିଲେ ଏବଂ ଟଙ୍କା ମିଳିବା ପରେ ଖୁସି ବ୍ୟକ୍ତ କରିଥିଲେ। ଏହି ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ୨ହଜାର ଟଙ୍କା ଲେଖାଁଏ ୬ହଜାର ଟଙ୍କା ପ୍ରତି ୪ମାସ ବ୍ୟବଧାନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପିଏମ କିଷାନ ଯୋଜନା ହେଉଛି କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୦ଜଣ ପିଏମ କିଷାନ ହିତାଧିକାରୀମାନେ ଅଂଶଗ୍ରହଣ କରିଥିିବା ବେଳେ ଉପକୃତ ହୋଇଛନ୍ତି ଜିଲ୍ଲାର ସର୍ବମୋଟ ୪୭୮୫୯ଜଣ ପିଏମ କିଷାନ ହିତାଧିକାରୀ । ଏଥିରେ ଜିଲ୍ଲାର ବିଷମକଟକ ବ୍ଳକରୁ ୩୯୧୨ଜଣ,ଚନ୍ଦ୍ରପୁରରୁ ୨୫୧୧ଜଣ,ଗୁଡାରୀରୁ ୩୬୫୧ଜଣ,ଗୁଣପୁରରୁ ୪୪୭୭ଜଣ ଚାଷୀ ହିତାଧିକାରୀଙ୍କ ଖାତାକୁ ଟଙ୍କା ଜମା ହୋଇଥିବା ବେଳେ କଲ୍ୟାଣସିଙ୍ଗପୁର ବ୍ଳକରୁ ୪୦୮୧ଜଣ,କାଶିପୁର ବ୍ଳକରୁ ସର୍ବାଧିକ ୭୬୪୯ଜଣ,କୋଲନରାରୁ ୪୩୨୧ଜଣ,ମୁନିଗୁଡା

୪୫୪୯ଜଣ ଏବଂ ପଦ୍ମପୁର ବ୍ଳକରୁ ୩୬୯୯ଜଣ,ରାମନାଗୁଡାରୁ ୩୦୧୬ ଓ ରାୟଗଡ଼ା ବ୍ଳକରୁ ୫୯୯୩ଜଣଙ୍କୁ ମିଶାଇ ସର୍ବମୋଟ ୪୭୮୫୯ଜଣ ହିତାଧିକାରୀଙ୍କୁ ପିଏମ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ୨ହଜାର ଟଙ୍କା ଲେଖାଁଏ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏହେସନ ଶେଖ ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚଦ୍ରକାନ୍ତ ମାଝୀ, ଜିଲ୍ଲା ଉପନିର୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ସହକାରୀ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଦେବରାଜ ଟାକ୍ରୀ,ସହକାରୀ ମତ୍ସ୍ୟ ଅଧିକାରୀ, ASCO, BAO, AAO ଓ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
