ପୁରୀ ଅଗ୍ନିଶମ ବିଭାଗର ବଡ ସଫଳତା
ପୁରୀ ଅଗ୍ନିଶମ ବିଭାଗର ବଡ ସଫଳତା। ଗତକାଲି ବିଳମ୍ବିତ ରାତିରେ ସୁବାଷ ବୋଷ ଛକ ନିକଟରେ ଥିବା ଆକାଶବାଣୀ କେନ୍ଦ୍ରର ଇଲେକ୍ଟ୍ରୀ ପ୍ୟାନେଲରେ ସଟସର୍କିଟ ହେବା ଯୋଗୁଁ ବଡଧରଣର ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଆକାଶବାଣୀ କେନ୍ଦ୍ର ଭିତରେ ପ୍ରବଳ ଧୁଆଁ ମୟ ହୋଇଯାଇ ଥିବା ବେଳେ ସ୍ମୋକ୍ ଏକଜସ୍ଟର ବ୍ୟବହାର କରି ଧୂଆଁ ବାହାର କରିବା ସହ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଥିଲା।
