ପୁରୀ ସହରରେ ପୁରୀ ପୋଲିସର ବିଶେଷ ନାକା ଚେକିଂ ଅଭିଯାନ
ପୁରୀ ସହରରେ ପୁରୀ ପୋଲିସର ବିଶେଷ ନାକା ଚେକିଂ ଅଭିଯାନ l ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ପୋଲିସର ସିଟି ସବ୍ ଡିଭିଜନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ଓ ସଡ଼କ ସୁରକ୍ଷାକୁ ଦୃଢ଼ କରିବା ପାଇଁ ବିଶେଷ ନାକା ଚେକିଂ ଓ ବ୍ଲକିଂ ଅଭିଯାନ କରାଯାଇଥିଲା। ଏହି ଅଭିଯାନ ସମୟରେ ଯାନବାହନ ଚାଳକମାନଙ୍କର ଦଲିଲପତ୍ର, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଅନ୍ୟାନ୍ୟ ଆଇନ ଉଲ୍ଲଂଘନକୁ ନଜରରେ ରଖି ସଂପୂର୍ଣ୍ଣ ଯାଞ୍ଚ କରାଯାଇଥିଲା। ଏହି ଚେକିଂ ଅଭିଯାନ ସମୟରେ ମୋଟ ୧,୭୬,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏଥିରେ ୭ ଜଣ ମଦ୍ୟପାନ କରି ଗାଡ଼ି ଚଳାଇବା ୨୭ ଜଣ ସାଧାରଣ ସ୍ଥାନରେ ମଦ୍ୟପାନ ଓ ୨୦ ଜଣ ଟ୍ରିପଲ୍ ରାଇଡିଂ କରୁଥିବା ଅଭିଯୋଗରେ ଧରାପଡ଼ିଥିଲେ ଓ ସେମାନଙ୍କ ବିରୋଧରେ ଆଇନୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୋଲିସ ସଡ଼କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏପରି ନାକା ଚେକିଂ ଅଭିଯାନକୁ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ । ସମସ୍ତ ଯାନଚାଳକଙ୍କୁ ନିୟମ ମାନି ଗାଡି ଚଳାଇବା ସହ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ପୁରୀ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
