ଶ୍ରୀମନ୍ଦିରରେ ପତିତପାବନ ବାନା ଲାଗିବାରେ ବିଳମ୍ବକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ
ଶ୍ରୀମନ୍ଦିରର ପତିତପାବନ ବାନା ଲାଗିବାରେ ଅହେତୁକ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା | କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ରରେ ଚିଲ ବସିବା,,,ମାନସିକ ବାନା ଛିଣ୍ଡିବା,,ନୀଳଚକ୍ର ଓ ଶ୍ରୀମନ୍ଦିର ଚାରିପଟେ ଶହଶହ ସଂଖ୍ୟାରେ ଚିଲ ଉଡିବା ପରେ ଗତକାଲି ପତିତପାବନ ବାନା ପରିବର୍ତ୍ତନରେ ଅହେତୁକ ବିଳମ୍ବ ଭକ୍ତଙ୍କ ମନରେ ନନା ଆଶଙ୍କା ସୃଷ୍ଟି କରିଛି ।ଅପରାହ୍ନ ପରିବର୍ତ୍ତେ ସଂଧ୍ୟାରେ ନୀଳଚକ୍ରରେ ଲାଗିଥିଲା ନୂତନ ବାନା। ସଂଧ୍ୟା ପର୍ଯ୍ୟନ୍ତ ନୀଳଚକ୍ରର ଅକ୍ଷୟଦଣ୍ଡରେ ମୁଖ୍ୟ ପତିତପାବନ ବାନା ଲାଗିନଥିଵା ବେଳେ ଚୁନେରା ସେବକଙ୍କ ଦ୍ବାରା ଅପରାହ୍ନରେ କେଵଳ ମାନସିକ ବାନା ଲଗାଯାଇଥିଲା। ରବିବାରରେ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ନୀଳଚକ୍ରରେ ଲାଗୁଥିବା ମୁଖ୍ୟ ବାନା ପରିବର୍ତ୍ତନ ଦେଖିବାକୁ ମଧ୍ୟ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରିଥିଲେ। କିନ୍ତୁ କଣପାଇଁ ଅପରାହ୍ନରେ ପତିତପାବନ ବାନା ପରିବର୍ତ୍ତନ କରାଗଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
