ନବନିର୍ମାଣ ସଂଗଠନ ପକ୍ଷରୁ ଚାଷୀଙ୍କ ଧନବିକ୍ରି ପାଇଁ ଅଭିନବ ପ୍ରତିବାଦ l

ଜଗତସିଂହପୁର – ତା ୧୭. ୩- ଜଗତସିଂହପୁର ଜିଲ୍ଲାର ଚାଷୀମାନଙ୍କ ଧନବିକ୍ରି ନିମନ୍ତେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ ରେ ଆଇନୀଜୀଵି ବାସୁଦେବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜଗତସିଂହପୁର ସଦର ମହାକୁମାର ଟାଉନ ହଲ ନିକଟରୁ ଚାଷୀ ବେଶରେ ଲଙ୍ଗଳା, ଜୁଆଳି କାନ୍ଧରେ ପକାଇ ହଜାର, ହଜାର ଚାଷୀ ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ସମଖୁରେ ପ୍ରତିବାଦ ଜୋର ଧରିଥିଲା, ଚାଷୀ ମାନଙ୍କ ଅଭାବି ଧନବିକ୍ରି, ଟୋକନ ଲାପ୍ସ, ସମ୍ପର୍କରେ ପ୍ରତିବାଦ ଜୋର ଧରିଥିଲା, ଉପଜିଲ୍ଲା ପାଳଙ୍କ ଦାବିପତ୍ର ଜରିଆରେ ସେମାନଙ୍କ ଧାନ ବିକ୍ରି କରିପାରିବେ, ଟୋକନ ଲାପ୍ସ ଆଉ ୧୫ ଦିନ ଅବଧି ବୃଦ୍ଧି କରିବା ର ପ୍ରତିଶୃତି ମିଳିଲା ପରେ ଚାଷୀ ମନେ ଆଶ୍ବସ୍ତି ପାଇ ଫେରିଥିଲେ, ଏହି ପ୍ରତିବାଦରେ ନବନିର୍ମାଣ ର ଦେବୀପ୍ରସାଦ ମହାରଣା, ଓ ଅନ୍ୟ କୃଷକ ନେତାମାନେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *