ଶ୍ରୀମନ୍ଦିର ଗୁମୁଟ ଉପରେ ଦଶାବତାର ମୂର୍ତ୍ତି ପୁନଃ ସଂସ୍ଥାପନ ନେଇ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା

ଶ୍ରୀମନ୍ଦିର ଗୁମୁଟ ଉପରେ ଦଶାବତାର ମୂର୍ତ୍ତି ପୁନଃ ସଂସ୍ଥାପନ କରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। 2012 ମସିହାରୁ ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରୁ କଢାଯାଇଥିଲା ଦଶବତାର ମୂର୍ତ୍ତି। ନବମ ସ୍ଥାନରେ ବୁଦ୍ଧ ନା ଜଗନ୍ନାଥ ରହିବେ ସେ ନେଇ ଉପୁଜିଥିଲା ବିବାଦ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତେବେ ଶ୍ରୀମନ୍ଦିର ଗୁମୁଟରେ ଦଶବତାର ମୂର୍ତ୍ତି ପୁନଃ ସଂସ୍ଥାପନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ରଖିଛନ୍ତି ପ୍ରତିକ୍ରିୟା। ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ମୋ ପାଖକୁ ବିଦ୍ଧିବଦ୍ଧ ଭାବେ ପରାମର୍ଶ ଲୋଡାଗଲେ ପରବର୍ତ୍ତୀ ସମୟରେ ଏ ପ୍ରସଙ୍ଗରେ ମୁଁ ପରାମର୍ଶ ଦେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ସେପଟେ ଖୁବଶୀଘ୍ର ସିଂହଦ୍ଵାର ଗୁମୁଟ ଉପରେ ଦଶବତାର ମୂର୍ତ୍ତିକୁ ସଂସ୍ଥାପନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା।

Leave a Reply

Your email address will not be published. Required fields are marked *