ବାଇକ୍ ଆରୋହୀଙ୍କ ମୁଣ୍ଡ ଉପରେ ମାଡ଼ିଗଲା ପଶ୍ଚିମବଙ୍ଗ ବସ୍

ବାଇକ୍ ଆରୋହୀଙ୍କ ମୁଣ୍ଡ ଉପରେ ମାଡ଼ିଗଲା ପଶ୍ଚିମବଙ୍ଗ ବସ୍

ଗୋପ,୨୧।୩- ଶନିବାର ଦିନ ୧ଟା ସମୟରେ ପଶ୍ଚିମବଙ୍ଗରୁ ଆସିଥିବା କେତେକ ପର୍ଯ୍ୟଟକ କୋଣାର୍କ ବୁଲି ଭୁବନେଶ୍ବର ଅଭିମୁଖେ ବସ ଯୋଗେ ଫେରୁଥିବା ସମୟରେ ଗୋପ ସେବା ନର୍ସିଂ ନିକଟରେ ଜଣେ ବାଇକ ଆରୋହୀ ଙ୍କୁ ମୁଣ୍ଡ ରେ ଚଢ଼ି ଯାଇଥିଲା, ଯାହା ଫଳରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମପଞ୍ଚାୟତର ଯନ୍ତନା ଗ୍ରାମର ଭଗବାନ ମଲ୍ଲିକଙ୍କ ପୁଅ ପ୍ରଶାନ୍ତ କୁମାର ମଲ୍ଲିକ ଭୁବନେଶ୍ବରରେ ଚିକିତ୍ସାଧିନ ବାପାଙ୍କୁ ଦେଖିବାକୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗୋପ ପୂର୍ତ୍ତ ବିଭାଗ ରାସ୍ତାର ସେବା ନର୍ସିଂ ହୋମ ନିକଟରେ ପଶ୍ଚିମବଙ୍ଗ ଅଂଚଳର ଏକ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ବସ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପଡି ଯିବା ପରି ବସ ଚକା ମୁଣ୍ଡରେ ମାଡ଼ି ଯାଇଥିଲା। ହେଲମେଟ ପିନ୍ଧି ଥିଲେ ମଧ୍ୟ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଘଟଣା ସ୍ଥଳରେ ପ୍ରଶାନ୍ତ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ଗୋପ ଥାନା ଅଧିକାରୀ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।ଦୁର୍ଘଟଣା ଘଟାଇ ଥିବା ପଶ୍ଚିମବଙ୍ଗ ଅଂଚଳର ଯାତ୍ରୀବାହୀ ବସକୁ ନିମାପଡା ପୋଲିସ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *