ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ମଙ୍ଗଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
କାକଟପୁର :- ୨୧/୩- କାକଟପୁର ସ୍ଥିତ ଜଳସେଚନ ଡାକବଙ୍ଗଳା ଠାରେ ୧୮ ତମ ମଙ୍ଗଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ଆସନ୍ତା ଏପ୍ରିଲ ୨୪, ୨୫, ୨୬ ତାରିଖ ରେ ହେବାପାଇଁ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି। ଏହି ମହୋତ୍ସବକୁ ପ୍ରତିବର୍ଷ ଠାରୁ ଚଳିତ ବର୍ଷ ଆହୁରି ବର୍ଣ୍ଣାଢ଼୍ୟ ଓ ରୁଚିପୂର୍ଣ୍ଣ କରାଯିବା ସହିତ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ଓଡ଼ିଶାର ପାରମ୍ପରିକ ନୃତ୍ୟ ଓ ହସ୍ୟଭିନେତା ମାନଙ୍କୁ ସ୍ଥାନ ଦିଆଯିବ ବୋଲି ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା I ଆୟୋଜକ କମିଟି ର ସଭାପତି ମାନ୍ୟବର ବିଧାୟକ ଇଂ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ଯକ୍ଷ ତଥା କମିଟି ସମ୍ପାଦକ ସ୍ବାଧୀନ ନାୟକ,କାର୍ଯ୍ୟକାରୀ ସଭାପତି ସ୍ବପ୍ଲେଶ୍ବର ସାହୁ, ଅଭ୍ୟର୍ଥନା କମିଟି ମୁଖ୍ୟ ତଥା କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଜ୍ୟୋତିର୍ମୟ ଦଳାଇ,ସମାଜସେବୀ ଜ୍ଞାନରଞ୍ଜନ ସାହୁ,ହିମାଂଶୁ ଭୂଷଣ ଦୀକ୍ଷିତ, ସମରେନ୍ଦ୍ର ଦୀକ୍ଷିତ, ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, କ୍ଷେତ୍ରମୋହନ ଦାସ,ପ୍ରଦୀପ୍ତ କୁମାର ଦୀକ୍ଷିତ, ମାନସ ଦୀକ୍ଷିତ,ଶିବପ୍ରସାଦ ପାତ୍ର, ସରୋଜ ସାମଲ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ମହୋତ୍ସବ କିଭଳି ଭାବେ କାକଟପୁର ରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିବ ସେ ଦିଗରେ ଆଲୋକ ପାତ କରିଥିଲେ।
