ଉଦଳା ରେ ଉପଖଣ୍ଡ ସ୍ଥରୀୟ ଯୁଗ୍ମ ଜନ ଶୁଣାଣି
ଉଦଳା ତା ୨୪/୩ ମୟୁରଭଞ୍ଜ ଜିଲ୍ଲା ର କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ର କପ୍ତିପଦା ଉପ ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷ ରେ ଆଜି ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷ୍ୟକ ବରୁଣ ଗୁଣ୍ଡୁ ପାଲୀ ମୋଟ ଅନେଶତ ଟି ର ଅଭିଯୋଗ ର ଶୁଣାଣି କରିଛନ୍ତି l ଉପ ଜିଲ୍ଲା ପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ ଙ୍କ ତତ୍ୱାବଧାନ ରେ ଆଜିର ଶିବିର ରେ ମୁଖ୍ୟ ଉନ୍ମୋୟନ ଅଧିକାରୀ , ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ପ୍ରୋକଳ୍ପ ପ୍ରଶାସକ ଆଇ. ଟି. ଡ଼ି. ଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ହୃହିକେଶ ନାୟକ, ଉପଖଣ୍ଡ ଚିକିତ୍ସା ଅଧିକ୍ଷକ ଡା. ମୀନକେତନ ମହାନ୍ତି, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ବ୍ଲକ ସ୍ଥରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସହଯୋଗ କରିଥିଲେ l ଅଭିଯୋଗ ମଧ୍ୟରେ ୮୪ ଗୋଟି ବ୍ୟକ୍ତିଗତ ସମସ୍ୟା ଥିବା ସ୍ଥଳେ ଅନ୍ୟ ୧୫ ଗୋଟି ସାମୁହିକ ସମସ୍ୟା ଆଧାରିତ ଥିଲା l ତେବେ ସେଥି ମଧ୍ୟରୁ ୧୬ଗୋଟି ସମସ୍ୟା ତତ୍କାଳୀନ ସମାଧାନ କରାଯାଇ ଆଶୁ ଚିକିତ୍ସା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୪ଜଣଙ୍କୁ ମୋଟ ଏକ ଲକ୍ଷ ପଇଁ ଚାଲିଶ ହଜାର, ରେଡ କ୍ରସ ପାଣ୍ଠିରୁ ଦୁଇ ଜଣ ଙ୍କୁ କୋଡିଏ ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିଲା l

ଅଧିକନ୍ତୁ ଆଜିର ଯୁଗ୍ମ ଶୁଣାଣି ରେ ବିଭିର୍ନ୍ନ ବିଭାଗ ଲାଗି ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ତହସିଲ ଅଧିନସ୍ଥ ବିଭିନ୍ନ ଗ୍ରାମ ବାସୀ ଜଙ୍ଗଲ ପଟ୍ଟା ପାଇ ନ ଥିବା ୭୭ ବର୍ଷ ର ଉଦଳା ହାଇସ୍କୁଲ ଜମି ର ମାପ କରିବା, ପଡିଆ ର ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଥିବା ଆଲୁମିନ କମିଟି ଏ ନେଇ ଜିଲ୍ଲା ପାଳ ଙ୍କୁ ଅଭିଯୋଗ କରି ସଠିକ ମାପ ଓ ତାର ସୁରକ୍ଷା ନେଇ ଅଭିଯୋଗ କରା ଯାଇଥଲା ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ଆଶୁ ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥଲେ l ଡେପୁଟି କଲେକଟର ପ୍ରତୀକ କୁମାର ପଣ୍ଡା ଏହି ଶିବିର କୁ ପରିଚାଳନା କରିଥିଲେ l ସମସ୍ତ କାର୍ଯ୍ୟ କ୍ରମ କୁ ସୁଚାରୁ ରୂପେ ସମ୍ପାଦନା ରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ଭୂମିକା ବେଶ ପ୍ରଶଂଶନୀୟ ଥିଲା l
