ଜଙ୍ଗଲ ପୋଡ଼ିଲେ ମଣିଷ ହାରିବ, ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ।

କୋଣାର୍କ:- ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସମ୍ପଦ ତଥା ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ପାଇଁ ସଚେତନତା ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବନଖଣ୍ଡ ପୁରୀଙ୍କ ନିର୍ଦେଶ କ୍ରମେ କୋଣାର୍କ ବନାଞ୍ଚଳ ତରଫରୁ ଚଳିତ ବର୍ଷ ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟ ନିଆଁ ନଲାଗିବା ପାଇଁ ସଚେତନ କରାଯାଉଛି।କିଛି ସ୍କୁଲ ଓ ନିକଟସ୍ଥ ଜଙ୍ଗଲ ସନ୍ନିକଟ ଗ୍ରାମରେ ପ୍ରଚାର ମାଧ୍ୟମରେ ସଚେତନତା କରାଯାଇଥିବା ଦେଖିବାକୁ ମିଳିଛି। ଜଙ୍ଗଲ ପୋଡ଼ିଲେ ମଣିଷ ହାରିବ ତତ ସହିତ କୃଷ୍ଣସାର ମୃଗ ସୁରକ୍ଷା ପାଇଁମଧ୍ୟ ପ୍ରଚାର ମାଧ୍ୟମରେ ସଚେତନତା କରାଯିବା ସହ ଏହି ନିରୀହ ଜନ୍ତୁର ବଂଶ ବୃଦ୍ଧି କରାଇ ଅଭୟାରଣ୍ୟର ଶ୍ରୀ ବୃଦ୍ଧି କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା।

ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଣାର୍କ  ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ, ବନପାଳ କାର୍ତକିକେଶ୍ୱର ମୁଣ୍ଡା,ରାକଶ ପତି, ପ୍ରତୀକ୍ଷା ପରିଡା ଓ ଶ୍ରଦ୍ଧାଞ୍ଜଳି ପ୍ରଧାନ ବନରକ୍ଷୀଙ୍କ ସହିତ ପ୍ରୋଟେକେସନ ସ୍କ୍ୱାର୍ଡର ସଦସ୍ୟ ମାନେ ଯୋଗଦେଇଥିଲେ। ଏହି ଅବସରରେ ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ଓ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ନିଆଁ କବଳରୁ ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ସହ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନ୍ତୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସଚେତନତା ପ୍ରଚାର ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *