ପ୍ରେସ ନୋଟ୍
ପ୍ରେସ ନୋଟ୍
ନାକା ଚେକିଂ ସହ ପବ୍ଲିକ୍ ପ୍ଲେସ୍ରେ ମଦ୍ୟପାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ୧୦୯ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ
ପୁରୀ ଜିଲ୍ଲାରେ ଯାତାୟାତ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଅଧିକ ସୁଦୃଢ କରିବା ପାଇଁ ପୁରୀ ପୋଲିସ୍ ଦ୍ୱାରା ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ବିଶେଷ ଚେକିଂ, ନାକା ଚେକିଂ ଓ ବ୍ଲକିଂ ଅଭିଯାନ ଚାଲାଯାଇଥିଲା। ଏହି ଅଭିଯାନରେ ଜିଲ୍ଲାର ସମସ୍ତ ପୋଲିସ୍ ଷ୍ଟେସନ୍ ସକ୍ରିୟ ଭାବେ ଭାଗ ନେଇଥିଲେ। ଏହି ତିନି ଦିନର ସମୟସୀମା ମଧ୍ୟରେ ବିଭିନ୍ନ ଟ୍ରାଫିକ୍ ଉଲ୍ଲଂଘନରେ ମୋଟ ₹୬,୫୧,୫୦୦/- ଟଙ୍କା ଫାଇନ କଟାଯାଇଛି।
ଟ୍ରାଫିକ୍ ଥାନା ଦ୍ୱାରା ₹୨,୯୦,୦୦୦/- ଫାଇନ କଟାଯାଇଛି। ସୀ ବିଚ୍ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨୨,୫୦୦/- ଓ ତାଳବଣିଆ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୩୩,୦୦୦/- ଫାଇନ କଟାଯାଇଛି। କୋଣାର୍କ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧୬,୦୦୦/- ଓ କଣାସ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୯,୦୦୦/- ଫାଇନ କଟାଯାଇଛି। ସେହିପରି କାକଟପୁର ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧୦,୦୦୦/-, ଟାଉନ୍ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୬୩,୦୦୦/- ଓ ସତ୍ୟବାଦୀ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧୬,୦୦୦/- ଫାଇନ କଟାଯାଇଛି। ବାସେଳିସାହି ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨୫,୦୦୦/- ଓ ରାମଚଣ୍ଡୀ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧୫,୦୦୦/- ଫାଇନ କଟାଯାଇଛି। ଅସ୍ତରଙ୍ଗ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧୨,୫୦୦/- ଫାଇନ କଟାଯାଇଛି। ଅରଖକୁଦା ମେରାଇନ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୯,୦୦୦/- ଓ ଚନ୍ଦ୍ରଭାଗା ମେରାଇନ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୪,୦୦୦/- ଫାଇନ କଟାଯାଇଛି। ବଳିଆପଣ୍ଡା ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୮,୦୦୦/- ଓ ପିପିଲି ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨,୦୦୦/- ଫାଇନ କଟାଯାଇଛି। ଗୋପ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୮,୫୦୦/- ଓ ଡେଲାଙ୍ଗ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨,୦୦୦/- ଫାଇନ କଟାଯାଇଛି। ନିମାପଡା ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୩୧,୦୦୦/- ଫାଇନ କଟାଯାଇଛି। କୃଷ୍ଣପ୍ରସାଦ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୪,୦୦୦/- ଓ ବ୍ରହ୍ମଗିରି ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨୮,୦୦୦/- ଫାଇନ କଟାଯାଇଛି। ଗଡିଶାଗଦା ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୩,୦୦୦/- ଓ ଚନ୍ଦନପୁର ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୩,୫୦୦/- ଫାଇନ କଟାଯାଇଛି। ଚାରିଛକ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୧,୫୦୦/- ଫାଇନ କଟାଯାଇଛି। ସିଂହଦ୍ୱାର ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୨୧,୫୦୦/- ଓ ପେଣ୍ଠକାଟା ମେରାଇନ ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୫,୦୦୦/- ଫାଇନ କଟାଯାଇଛି। ବଳଙ୍ଗା ପୋଲିସ୍ ଷ୍ଟେସନ୍ ଅଂଚଳରୁ ₹୩,୦୦୦/- ଫାଇନ କଟାଯାଇଛି। ଏହାଛଡ଼ା, ପୁରୀ ସିଟି ଅଂଚଳରେ ସାର୍ବଜନିକ ସ୍ଥାନରେ ମଦ୍ୟପାନ ବିରୋଧରେ ବିଶେଷ ଅଭିଯାନ ଚାଲାଯାଇଥିଲା। ଏହି ଅଭିଯାନରେ ମୋଟ ୧୦୯ ଜଣ ବ୍ୟକ୍ତିଙ୍କ ବିରୋଧରେ ଆଇନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଳବଣିଆ ଥାନା ୧୧, ସୀ ବିଚ୍ ୪୮, ବଳିଆପଣ୍ଡା ୧୧, ବାସେଳିସାହି ୧୦, ଟାଉନ୍ ୧୮ ଏବଂ କୁମ୍ଭାରପଡା ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ ପୋଲିସ୍ ସାଧାରଣ ଲୋକଙ୍କୁ ଅନୁରୋଧ କରୁଛି ଯେ, ସମସ୍ତେ ଟ୍ରାଫିକ୍ ନିୟମ ମାନନ୍ତୁ ଓ ସାର୍ବଜନିକ ସ୍ଥାନରେ ମଦ୍ୟପାନ ରୁ ବିରତ ରୁହନ୍ତୁ। ଆଗାମୀ ଦିନରେ ମଧ୍ୟ ଏପରି ବିଶେଷ ଅଭିଯାନ ଜାରି ରହିବ।
