ଯଯାତି ମହୋତ୍ସବରେ ଉଦୀୟମାନ କଳାକୃତି କୁ ପୁରସ୍କୃତ ।
ବଡ଼ଚଣା :ଆମ ଐତିହ୍ୟ ସଂସ୍କୃତି ପରମ୍ପରା ଓ ଲୋକକଳାର ପ୍ରଚାର ପ୍ରସାର ପାଇଁ ଚଣ୍ଡିଖୋଲ ସ୍ଥିତ ଧାନମଣ୍ଡଳ ର ଉଦୀୟମାନ କଳା ପରିଷଦ କୁ ଯାଜପୁର ଜିଲ୍ଲା ମହୋତ୍ସବ ସାଂସ୍କୃତିକ ମଞ୍ଚରେ ସମ୍ମାନିତ କରାଯାଇଅଛି । ଦୀର୍ଘ ୨୪ ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଜାତି ଜନଜାତି ତଥା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ନୃତ୍ୟ ଗୁରୁ ଆଶିଷ କୁମାର ପାଢ଼ୀ ମାଗଣାରେ ଓଡ଼ିଶୀ,ସମ୍ବଲପୁରୀ,ଗୋଟିପୁଅ,କଥକ,ଆଦିବାସୀ ସାନ୍ତାଳୀ ଓ ଝୁମର ନୃତ୍ୟ, କୋରାପୁଟ ଧେମସା ନୃତ୍ୟ, ବେଙ୍ଗଲୀ ଫୋକ୍,ମହାରାଷ୍ଟ୍ର କୋଲି ନୃତ୍ୟ, ରାଜସ୍ଥାନୀ ଲୋକ ନୃତ୍ୟ,ଆଶାମ ଫୋକ ନୃତ୍ୟ ସମେତ ବିଭିନ୍ନ ଭାଷାଭାଷୀ ର ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି । ଏହି ଅନୁଷ୍ଠାନ ଖାଲି ଯାଜପୁର ଜିଲ୍ଲା ଭିତରେ ସିମିତ ନ ରହି ବିଭିନ୍ନ ଜିଲ୍ଲା ଗୁଡ଼ିକର ମହୋତ୍ସବ ରେ ତା’ର କଳାକୃତି ପ୍ରଦର୍ଶନ କରି ପ୍ରସଂଶିତ ହୋଇଛନ୍ତି । ଆଜି ଯାଜପୁର ଜିଲ୍ଲା ମହୋତ୍ସବ ରେ ଉଦଯାପନୀ ସନ୍ଧ୍ୟାରେ ନୃତ୍ୟଶିଳ୍ପୀ ଗଣ ରାଜସ୍ଥାନୀ ଲୋକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବେସ୍ ଆକର୍ଷିତ କରିଥିବାରୁ ମଞ୍ଚାସୀନ ଅତିଥି ଡେପୁଟି ଜିଲାପାଳ ଆଦ୍ୟସା ରାଉତ, ଯାଜପୁର ଅତିରିକ୍ତ ତହସିଲଦାର ସୁନିତା ଦେହୁରୀ , ରସୁଲପୁର ବ୍ଲକ ଅତିରିକ୍ତ ତହସିଲଦାର କୁମୁଦିନୀ ଜେନା ଙ୍କ ସମେତ ଜିଲ୍ଲା ସଂସ୍କୃତି ବିଭାଗର ସଂଯୋଜକ ଅଭିନେତା ବାଇଧର ମାଝୀ, ନାଟ୍ୟକାର ବାଦଲ ରାଉତ ପ୍ରମୁଖ କଳାପରିଷଦର ପ୍ରତିଷ୍ଠାତା ଅନିଲ କୁମାର ଦାସ ଏବଂ ନୃତ୍ୟ ଶିଳ୍ପୀ ମାନଙ୍କୁ ପ୍ରମାଣପତ୍ର, ଟ୍ରଫି, ପୁଷ୍ପ ଗଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
