ସନ୍ଥିଆ ସ୍ଥିତ ପ୍ରଭୁ ଶ୍ରୀହନୁମାନ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ
ଦୀର୍ଘ. ୧୬ ବର୍ଷ ର ଅପେକ୍ଷାର ଅନ୍ତ ଘଟିଲା ବହୁ ପ୍ରତିକ୍ଷିତ ଭଦ୍ରକ ସନ୍ଥିଆ ହନୁମାନ ମନ୍ଦିର ନିର୍ମାଣ, ଭଦ୍ରକ:- ଦୀର୍ଘ ୧୬ ବର୍ଷର ସଂଘର୍ଷ, ତ୍ୟାଗ ଓ ଅଟୁଟ ଆସ୍ଥାର ପରୀକ୍ଷା ପରେ ଆଜି ସେହି ପବିତ୍ର ମୁହୂର୍ତ୍ତର ଆଗମନ ହୋଇଛି ଯେତେବେଳେ ସନ୍ଥିଆ ସ୍ଥିତ “ପ୍ରଭୁ ଶ୍ରୀ ହନୁମାନ ମନ୍ଦିର” ର ପୁନଃନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି।ଏହା କେବଳ ଏକ ମନ୍ଦିରର ପୁନଃନିର୍ମାଣ ନୁହେଁ ଏହା ଧର୍ମର ଜୟ, ଆସ୍ଥାର ପୁନଃସ୍ଥାପନା ଓ ଆମ ସନାତନ ସଂସ୍କୃତିର ଗୌରବମୟ ପୁନରୁଦ୍ଧାର।ବର୍ଷ ବର୍ଷ ଧରି ପ୍ରଭୁ ଖରା, ବର୍ଷା ଓ ଶୀତରେ ଅବହେଳିତ ଅବସ୍ଥାରେ ରହିଥିଲେ ଏହା ଆମ ସମାଜ ପାଇଁ ବେଦନାଦାୟକ ଓ ଅସହ୍ୟ ଥିଲା।କିନ୍ତୁ ଆଜି ସେହି ଅନ୍ୟାୟ ଓ ଅଧର୍ମର ପରିସମାପ୍ତି ଘଟିଛି।

ତୃଷ୍ଟିକରଣ ଓ ଭୋଟ ବ୍ୟାଙ୍କ ରାଜନୀତି ଯେଉଁ ବାଧା ସୃଷ୍ଟି କରିଥିଲା ସେଥିରେ ଆଜି ସଂପୂର୍ଣ୍ଣ ବିରାମ ପଡ଼ିଛି। ଆଜି ଭଦ୍ରକ ର ଯୁବ ବିଧାୟକ ଶିତାଶୁ ଶେଖର ମହାପାତ୍ର ସାମିଲ ହୋଇ ଥିଲେ। ବିଜେପି ର ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବଜରଙ୍ଗ ଦଳ ର ପୂର୍ବତନ ରାଜ୍ୟସଭାପତି ମାନସ କୁମାର ମହାନ୍ତି ବିଶ୍ବ ହିନ୍ଦୁ ପରିଷଦର ସଂପାଦକ ସଙ୍ଘ ର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
