୮୦ କିଲୋମିଟର ର ଗ୍ରୀନ କରିଡର…*କୃଷ୍ଣପ୍ରସାଦ – ଜୀବନ ବଂଚେଇବା ପାଇଁ ଗ୍ରୀନ କରିଡର ।

୮୦ କିଲୋମିଟର ର ଗ୍ରୀନ କରିଡର…*କୃଷ୍ଣପ୍ରସାଦ – ଜୀବନ ବଂଚେଇବା ପାଇଁ ଗ୍ରୀନ କରିଡର । ନାବାଳକ ର ଜୀବନ ବଞ୍ଚେଇବା କୁ ଦୀର୍ଘ 80 କିଲୋମିଟର କରିଡର ପ୍ରସ୍ତୁତ କଳା କୃଷ୍ଣପ୍ରସାଦ ପୋଲିସ। ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ। ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୫ଶ୍ରେଣିର ଛାତ୍ର ପ୍ରଭୁଦତ୍ତ ଜେନା । ଦୁର୍ଘଟଣା ଏତେ ବୀଭତ୍ସ ଯେ ଦେଖି ବି ହେବନାହିଁ। ମନକୁ ବିଚଳିତ କରିଦେବ ଗୁରୁତର ଅବସ୍ଥାରେ ପଡ଼ିଥିବା ଏହି ଛାତ୍ରଙ୍କ ଅବସ୍ଥା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁର ପଂଚମ ଶ୍ରେଣିର ଛାତ୍ର। ସୁବଦିନ ଭଳି ନିଜ ସାଇକେଲ ଧରି ବାହାରି ପଡ଼ିଥିଲେ ସ୍କୁଲକୁ। ଭଲରେ ଭଲରେ ପହଂଚି ବି ଯାଇଥିଲେ। କିନ୍ତୁ ଫେରିବା ବାଟରେ ସେତେ ଯେମିତି ଅପେକ୍ଷା କରି ରହିଥିଲା ଅଘଟଣ। ହଠାତ ସାଇକେଲରୁ ଖସି ପଡ଼ିବା ପରେ ହ୍ୟାଣ୍ଡେଲଟି ନାବାଳକର ପେଟରେ ପଶିଯାଇଥିଲା। ପେଟରେ ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା ହ୍ୟାଣ୍ଡଲଟି। ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଗାଁ ଲୋକେ ସଙ୍ଗେ ସଂଗେ ଆମ୍ବୁଲାନସକୁ ଡାକି ମେଡିକାଲକୁ ନେଇ ଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିଲେ ସ୍ଥାନୀୟ ଡାକ୍ତର। ପୁରୀ ଏସଡ଼ିପିଓ ମାନସ ରଂଜନ ବାରିକଙ୍କ ଉଦ୍ୟମ ଏବଂ କୃଷ୍ଣପ୍ରସାଦ ଥାନା ପୋଲସ ର ଉଦ୍ୟମ ରେ ଏକ ୮୦ କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀ ନ କରିଡର ତିଆରି କରଥିଲା ପୋଲସ। ଛାତ୍ରଙ୍କୁ ଏମକେସିଜି ନେବାର ବ୍ୟବସ୍ଥା ଖୁବଶୀଘ୍ର କରାଯାଇଥିଲା। ଏବେ ଏମକେସିଜିରେ ଛାତ୍ରଙ୍କୁ ବଂଚାଇବା ପାଇଁ ଏକ ବଡ଼ ଧରଣର ଡାକ୍ତରୀ ଟିମ ଲାଗିଛନ୍ତି। ଚାଲିଛି ଭାଗ୍ୟ ସହ ଜୀବନ ମରଣର ସଂଘର୍ଷ।…

Leave a Reply

Your email address will not be published. Required fields are marked *