କନ୍ଧମାଳ ବିଜେଡ଼ି ପକ୍ଷରୁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ କଡ଼ାନିନ୍ଦା

।କନ୍ଧମାଳ, ଫୁଲବାଣୀ ମୁଖ୍ୟବଜାର ସ୍ଥାନୀୟ ବିଜୁପଟ୍ଟନାୟକ ଛକଠାରେ କନ୍ଧମାଳ ଜିଲ୍ଲା ବିଜୁଜନତାଦଳ ପକ୍ଷରୁ ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତଦୁବେ ବିଜୁବାବୁଙ୍କୁ ଭାରତର ପାର୍ଲିଆମେଣ୍ଟ ରେ ସି,ଆଇ ର ଗୁପ୍ତଚର କହି ତାଙ୍କୁ ଅପମାନିତ କରିଥିବାରୁ ତାହାଙ୍କ ବିରୁଦ୍ଧରେ ସାରା ଭାରତରେ ସବୁ ରାଜ୍ୟରେ ବିରୋଧକରି ଜଣେ ମହାନ ଜନନେତା ଯିଏକି ତିନିଟି ଦେଶରେ ନିଜର କର୍ମ ପାଇଁ ପୂଜା ପାଆନ୍ତି । ଇଣ୍ଡୋନେସିଆ ପକ୍ଷରୁ ସମ୍ମାନ ଜନକ ଭୂମିପୁତ୍ର ପଦରେ ସମ୍ମାନିତ ହୋଇଥିଲେ ବିଜୁବାବୁ । ଭାରତ ରାଜନୀତିରେ ସେ ଜଣେ ସାହାସୀ ନେତା ଥିଲେ । ସେ ସାରା ଓଡ଼ିଶାର ଗର୍ବ ଓ ଗୌରବ ଥିଲେ । ସେ ଜଣେ ପ୍ରବାଦ ପୁରୁଷ ଥିଲେ ।ଦୁବେଙ୍କ ଏହିପରି ଅପମାନିତ ଜନିତ ବକ୍ତବ୍ୟ ପାଇଁ ଆଜି କନ୍ଧମାଳ ବିଜେଡ଼ି ପକ୍ଷରୁ ତାଙ୍କୁ ଘୋର ନିନ୍ଦା କରି ତାଙ୍କ ଫୋଟ ଚିତ୍ର ପଡିଦିଆଯାଇ ତାଙ୍କର ଦଳର ସର୍ବଚ୍ଚନେତ। ଏହି ଭଳି ଜଣେ ପ୍ରବାଦ ପୁରୁଷଙ୍କ ବିରୁଦ୍ଧରେ କହିପବା ପାଇଁ ତାଙ୍କୁ କିଛି ଗୁପ୍ତ ସୂଚନା ଦେଇଥାଇପତାନ୍ତି ବୋଲି କନ୍ଧମାଳ ବିଜେଡ଼ି ପକ୍ଷରୁ ନିନ୍ଦା କରାଯାଇଅଛି।ଜଣେ ମହାନ ନେତାଙ୍କୁ ଏହିଭଳି ଅପମାନିତ କରିଥିବାରୁ ତାଙ୍କୁ ସାଂସଦ ପଦରୁ ବହିଷ୍କାର କରି ତାଙ୍କୁ ଗିରଫ କରି ଜେଲ ପଠାଇବା ପାଇଁ ଦାବି କରାଯାଇଅଛି । ଏହି କାର୍ଯ୍ୟ କ୍ରମକୁ ନିଜେ କନ୍ଧମାଳ ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପଦ୍ମନାଭ ବେହେରା , ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ମହିଳା ସଭାନେତ୍ରୀ ପୁନମ୍ କହଁର, କନ୍ଧମାଳ ଜିଲ୍ଲା ଯୁବ ବିଜୁଜନତା ଦଳର ସଭାପତି ରାକେଶ ମିଶ୍ର, ଉପ ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଜଳନ୍ଧର ବେହେରା, ସମ୍ପାଦକ ଶିବଶଙ୍କର ସାହାଣୀ ବରିଷ୍ଟ ବିଜେଡ଼ି ନେତା ପ୍ରତାପ ପାତ୍ର, ଖଜୁରୀପଡ଼ା ବ୍ଲକ ସଭାପତି ବିରେନ୍ଦ୍ର କହଁର,କାଉନସିଲର ଶ୍ରିବଛ ବେହେରା, ରାଜେନ୍ଦ୍ର ପାଢ଼ୀ,ରବୀନ୍ଦ୍ର ଷଡ଼ଙ୍ଗୀ,ଓ ଦୁଇ ଶହରୁ ଅଧିକ କର୍ମୀ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *