ହାତରେ ମଦ ବୋତଲ ସହ ସମୁଦ୍ର ସ୍ନାନ

ଦିନକୁଦିନ ସମୁଦ୍ର ସ୍ନାନ ପର୍ଯ୍ୟଟକଙ୍କ ପାଇଁ କାଳ ସାଜୁଛି। କିଛି ଅମାନିଆ ପର୍ଯ୍ୟଟକ ମାନେ ନିଶାସକ୍ତ ଅବସ୍ଥାରେ ଗଭୀର ସମୁଦ୍ର ଭିତରକୁ ସ୍ନାନ କରିବାକୁ ଯିବା ସମୟରେ ରିପ୍ କରେଣ୍ଟ କିମ୍ବା ଉଚ୍ଚ ଜୁଆର ଯୋଗୁଁ ଆଉ କୂଳକୁ ଫେରିପାରନ୍ତି ନାହିଁ। ସାମାନ୍ୟ ସଚେତନତା ଅଭାବରୁ ଅକାଳରେ ସେମାନଙ୍କ ଜୀବନ ଚାଲିଯାଏ। ଠିକ୍ ଏଭଳି ଘଟଣା ଆଜି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି। ଭଲକରି ଦେଖନ୍ତୁ ଏ ଭିଜୁଆଲ୍ କୁ। କିଭଳି ଚାରିଜଣ ପର୍ଯ୍ୟଟକ ଅମାନିଆ ହୋଇ ମଦ ବୋତଲ୍ ହାତରେ ଧରିବା ସହ ମଦ୍ୟପାନ କରି ସମୁଦ୍ର ସ୍ନାନ କରୁଥିଲେ। ଉପସ୍ଥିତ ଲାଇଫଗାର୍ଡ ଏବଂ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ଏହାକୁ ଦେଖିବା ପରେ ତୁରନ୍ତ ଡାକବାଜି ଯନ୍ତ୍ର ଦ୍ବାରା ସେମାନଙ୍କୁ କୂଳକୁ ଆସିବାକୁ ପରାମର୍ଶ ଦେଇଥିଲେ। ଇଏ ହେଉଛି ସେହି ସମୟର ଦୃଶ୍ୟ। ହାତରେ ମଦ ବୋତଲ୍ ଧରି ସମୁଦ୍ର ଭିତରେ ମଦ୍ୟପାନ କରି କିଭଳି ଚାରିଜଣ ପର୍ଯ୍ୟଟକ ବାହାରକୁ ଆସୁଛନ୍ତି ଦେଖନ୍ତୁ। ତେଣୁ ପର୍ଯ୍ୟଟକ ମାନେ ସମୁଦ୍ର ସ୍ନାନ ସମୟରେ ଲାଇଫଗାର୍ଡଙ୍କ କଥା ଶୁଣିବା ସହ ନିଶାସକ୍ତ ଅବସ୍ଥାରେ ସମୁଦ୍ର ସ୍ନାନ ନକରିବାକୁ ବାରମ୍ବାର ପ୍ରଶାସନ ତରଫରୁ କୁହାଯାଉଛି। ତେଣୁ ନିଶାସକ୍ତ ଅବସ୍ଥାରେ ସମୁଦ୍ର ସ୍ନାନ କଲେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିପାରେ l

Leave a Reply

Your email address will not be published. Required fields are marked *