ପୁରୀ ପର୍ଯ୍ୟଟନ କ୍ଷେତ୍ରରେ ଅସୁରକ୍ଷିତ ପର୍ଯ୍ୟଟକ !
ପୁରୀରେ ଅସୁରକ୍ଷିତ ପର୍ଯ୍ୟଟକ। ସାମାନ୍ୟ କଥାକୁ କେନ୍ଦ୍ରକରି ପର୍ଯ୍ୟଟକଙ୍କୁ ହୋଟେଲ ମାଲିକ ଓ କର୍ମଚାରୀଙ୍କ ଆକ୍ରମଣ। ଆକ୍ରମଣରେ ଆହତ ହେଲେ ମହିଳା ଓ ପୁରୁଷ ପର୍ଯ୍ୟଟକ। ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡରେ ଘଟିଛି ଏଭଳି ଘଟଣା। ପର୍ଯ୍ୟଟକଙ୍କୁ ଚେୟାର ଉଠାଇ ହୋଟେଲ ମାଲିକ ଓ କର୍ମଚାରୀ ମାଡ଼ ମାରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାମାନ୍ୟ କଥାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ସୂଚନା ଅନୁଯାୟୀ ହୋଟେଲକୁ ଜଳଖିଆ ଖାଇବା ପାଇଁ ଆସିଥିଲେ କିଛି ପର୍ଯ୍ୟଟକ। କୌଣସି କାରଣରୁ ହୋଟେଲ ମାଲିକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ହୋଟେଲ ମାଲିକ ଓ କର୍ମଚାରୀ ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଚାପୁଡ଼ା ମାରିବା ସହିତ ଚେୟାର ଉଠାଇ ଆକ୍ରମଣ କରିଥିଲେ। ଘଟଣାକୁ ନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
