ଗ୍ୟାସ ସଙ୍କଟ ସରକାରଙ୍କ 5ଟଙ୍କିଆ ଆଧାର ରେ ଭିଡ଼
ବ୍ରହ୍ମପୁର – ଇରାନ, ଇଶ୍ରାଏଲ, ଆମେରିକ ର ଯୁଦ୍ଧର ପ୍ରଭାବ ରେ, ସାରା ଦେଶ ସହ ଆମ ଓଡ଼ିଶା ରେ,ବ୍ରହ୍ମପୁର ସହରରେ ମଧ୍ୟ ପ୍ରତି ଛକରେ ଥିବ 3 ରୁ 4 ଜଳଖିଆ ଦୋକାନ ଏହା ସହ ପ୍ରତି ସାହି ଗଳି ରେ ଥିବା ଜଳଖିଆ ଦୋକାନ ପ୍ରାୟ ବନ୍ଦ ହୋଇ ଗଲାଣି । କିଛି ହାତ ଗଣତି ଦୋକାନ ଖୋଲିଛନ୍ତି । ସେମାନେ ବି କଳା ବଜାରୀ ଗ୍ୟାସ କିଣି ବ୍ୟବହାର କରନ୍ତି । ଖାଲି ଇଡିଲି,ଉପମା, ପୁରୀ ମିଳୁଛି, ତାହା ପୁଣି ଦାମ ଅଧିକ ହୋଇ ଗଲାଣି, 20 ଟଙ୍କା 25ଟଙ୍କା ର ଲୋକେ ଖାଉଥିଲେ ଜଳଖିଆ, ତାହା 40 ରୁ 50 ଟଙ୍କା ହୋଇ ଯାଇଛି । ବ୍ରହ୍ମପୁର ସହର କୁ ବିଭିନ୍ନ କାମରେ ପ୍ରାୟ ଶିକ୍ଷା, ମେଡ଼ିସିନ, ମେଡ଼ିକାଲ ସୁବିଧା ଓ ବିଭିନ୍ନ ବ୍ୟବସାୟ ରେ ହଜାର ହଜାର ଲୋକ ଆସନ୍ତି, ସହର ଉପରେ ନିର୍ଭର କରନ୍ତି । ମଧ୍ୟାନ ରେ ଖାଇବା ବାଟୋଇ ମାନଙ୍କୁ ବଡ଼ ସଙ୍କଟ ହୋଇଯାଇଛି । ସରକାରଙ୍କ 5 ଟଙ୍କିଆ ଆଧାରା ବିଭିନ୍ନ ଜାଗାରେ ଥିବା ଯୋଗୁ ବହୁ ସୁବିଧା ହୋଇଛି । ଗ୍ୟାସ ସଙ୍କଟ ଥିବା ପର୍ଯ୍ୟନ୍ତ ସରକାରଙ୍କ ଜିଲ୍ଲା ପ୍ରଶାସନ ଆଉ କିଛି ଛକରେ 5 ଟଙ୍କିଆ ଆଧାର ଖୋଲନ୍ତୁ । ପ୍ରାୟ ଛୋଟ, ମଧ୍ୟମ ହୋଟେଲ ଗୁଡିକ ବନ୍ଦ ହୋଇ ଗଲାଣି । ହୋଟେଲ ଗୁଡିକ ରେ ଆଗ ଭଳି ଗରମ ଗରମ ଖାଇବା ମିଳିବା କଷ୍ଟକର ହୋଇ ଗଲାଣି । ଏହି ସଙ୍କଟ ଯୋଗୁଁ ସହର ରେ ରହି ପାଠ ପଢ଼ି, ପାର୍ଟ ଟାଇମ କାମ କରି ରହୁଥିବା ପ୍ରାୟ ଛାତ୍ର, ଛାତ୍ରୀ, ଯୁବକ, ଯୁବତୀ ଗ୍ୟାସ ସଙ୍କଟ ଯୋଗୁଁ ନିଜ ନିଜ ଗ୍ରାମ କୁ ପଳାଇ ଗଲେଣି । ଭଡ଼ା ଘରେ ରହି ଥିବା ପିଲା ମାନେ କହୁଥିଲେ ଏଣ୍ଡୋସେନ ଚୁଲା ଲଗାଇବା କୁ ଘର ମାଲିକ ମନା କରୁଛନ୍ତି । ସେଥିପାଇଁ ଆମେ ନିଜ ନିଜ ଗ୍ରାମକୁ ପଳାଇବୁ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ମଧ୍ୟ ବୃଦ୍ଧି ହୋଇ ଗଲାଣି ।
