ମହ୍ଲାସାହି ବଡମଠରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାହାମା-୩/୪-କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ସ୍ଥିତ ଅନନ୍ତ ହରି କ୍ଷେତ୍ର ଶ୍ରୀ ଜଗନ୍ନାଥ ଜୀଉ ବଡ ମଠ ପ୍ରାଙ୍ଗଣରେ ଶୁକ୍ରବାର ଦିନ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ରାଣୀହାଟ ସ୍ଥିତ ତାରେଣି ସୁପର ସ୍ପେଶାଲିଷ୍ଟି ହସ୍ପିଟାଲ ଓ ମଠ ଟ୍ରଷ୍ଟ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଚିକିତ୍ସା ଶିବିରରେ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣାରେ ଚଷମା ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅସ୍ତ୍ରୋପଚାର ନିମନ୍ତେ କଟକ ନିଆଯାଇଛି । ଏହି ଅବସରରେ ରଜନୀ ଦେବୀ ଜରାଶ୍ରମର ଅନ୍ତେବାସୀ ଏବଂ ଅଞ୍ଚଳର କିଛି ଅସହାୟ ବୃଦ୍ଧା ବୃଦ୍ଧଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବଡ ମଠ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ବହ୍ଲବ ଚରଣ ପାଣି , ବିଶ୍ଵନାଥ ପାଣି, ସମାଜସେବୀ ପ୍ରଶାନ୍ତ ମହାପାତ୍ର,କଂଗ୍ରେସ ନେତା ନଳିନୀ ସ୍ୱାଇଁ, କିଶୋର କୁମାର ଶତପଥୀ ,ସରପଂଚ ଧୃବ ଚରଣ ନାୟକ, ଆଇନଜୀବୀ ମଞ୍ଜୁଲତା ରାଉତ , ଗୋଲେଖ ଚନ୍ଦ୍ର ବେହେରା,କେଶବ ଚନ୍ଦ୍ର ବେହେରା , ଯୋଗଗୁରୁ ତାପସ ରଞ୍ଜନ ପତି ,ସମାଜସେବୀ ମମତା ସ୍ୱାଇଁ , ସାମ୍ବାଦିକ ଦୁଷ୍ମନ୍ତ ମାଝି, ବିଭୁତି ଭୂଷଣ ଦାସ, ଦେବାଶିଷ ଅକ୍ଷୟ ମହାନ୍ତି ,ମାନସ ମହାନ୍ତି , ଶ୍ରୀକାନ୍ତ ଦାସ , ବିଶ୍ବଜିତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଟ୍ରଷ୍ଟ ପକ୍ଷରୁ ମାନସ ରଂଜନ ମହାନ୍ତି , ଜ୍ୟୋର୍ତିମୟୀ ଦାସ, ସୁରେଶ ପାଣି, ଭଞ୍ଜ କିଶୋର ସୂତାର, ତ୍ରିଦିବେସ ପାଣି, ପ୍ରସନ୍ନ ପଣ୍ଡା, ବିପିନ ବିହାରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *