ପ୍ରବେଶ ଉତ୍ସବ ପାଳିତ
ପୁରୀ/ନିମାପଡା ୪/୪ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅପ୍ରେଲ ୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ସେହି ଆଧାର ରେ ଆଜି ଅପ୍ରେଲ ୪ ତାରିଖ କୁ ପ୍ରତ୍ୟେକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ପାଳିତ ହୋଇଥିଲା।ନିମାପଡା ବ୍ଲକ ହରିଶପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନରେ ପ୍ରବେଶ ଦିବସ ଅବସରରେ ନୂତନ ବିଦ୍ୟାର୍ଥୀ ମାନଙ୍କୁ ସ୍ବାଗତ ସହ ପୂଜାର୍ଚ୍ଚନା କରାଯାଇ ଖଡି ଛୁଆଁ କରାଯାଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସେଠୀ, ସହକାରୀ ଶିକ୍ଷୟତ୍ରୀ ଧରିତ୍ରୀ ତ୍ରିପାଠୀ ଓ

ବିଦ୍ୟାଳୟ ର ଅନ୍ୟ ଛାତ୍ରଛାତ୍ରୀ ସମସ୍ତ ନୂତନ ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ସମ୍ମାନ ଓ ସ୍ବାଗତ କରିଥିଲେ।ପୂର୍ବରୁ ପଢୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜୀବଜନ୍ତୁ ମାନଙ୍କ ମୁଖା ପିନ୍ଧି ନୂତନ ପିଲା ମାନଙ୍କୁ ମଜାଳିଆ ଓ ଶିକ୍ଷଣୀୟ ଗଳ୍ପ ମାଧ୍ୟମରେ ଜୀବଜନ୍ତୁ ଙ୍କ ଚରିତ୍ର ସମ୍ପର୍କରେ ଅବଗତ କରାଇଥିଲେ।
