କ୍ୟାବିନେଟ୍ ବୈଠକ ସମ୍ପର୍କରେ ପ୍ରେସ୍ ବିବୃତ୍ତି

News-ID/IPR/GA&PG-108-04/04/2026

୦୪.୦୪.୨୦୨୬ ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ପ୍ରେସ୍ ବିବୃତ୍ତି
ଭୁବନେଶ୍ୱର, ତା-୦୪/୦୪/୨୦୨୬
ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୩୭ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏସଟିଏସସି ବିଭାଗର ଗୋଟିଏ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କରେ ବିବୃତ୍ତି ଦେଇଥିବା ବେଳେ ଅନ୍ୟ ସମସ୍ତ ୧୪ ଟି ପ୍ରସ୍ତାବ ଉପରେ ମୁଖ୍ୟ ଶାସନ ସଚିବ ଶ୍ରମତୀ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଥିଲେ l
କ୍ୟାବିନେଟ ବୈଠକରେ ୧୯ ଟି ପ୍ରସ୍ତାବ ଆଗତ କରାଯାଇଥିଲା l ତନ୍ମଧ୍ୟରୁ ମୋଟ ୧୩ ଟି ବିଭାଗର ୧୬ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା l ସେଥିରେ ସପ୍ତଦଶ ବିଧାନସଭାର ୬ଷ୍ଠ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ପାରିତ ଅନ୍ତର୍ଭୁକ୍ତ ରହିଛି l
ପଠାଣି ରାଉତ ମୁଖ୍ୟ ଶାସନ ସଚିବଙ୍କ ଲୋକ ସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *