ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଷ୍ଟଲ ପ୍ରଦର୍ଶନ

ଜଗତସିଂହପୁର ତା-୦୫.୦୪.୨୦୨୬, ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ କଲେଜ ଛକ ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏକ ଷ୍ଟଲ୍ ପଦର୍ଶନ କରାଯାଇଛି । ଯାହାକି କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲା ଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସମେତ ଆଡହକ ଏଡିଜେ ଶ୍ରୀ ଏସ୍ . କେ. ଏ. ଜେଡ଼ ଜାହିର ଅହମ୍ମଦ, ଫାଂମିଲ କୋର୍ଟ ଜଜ ଶ୍ରୀମତୀ ରଶ୍ମିତା ଦଳେଇ, ମହିଳା ଅଦାଲତ ଜଜ ଶ୍ରୀମତୀ ସ୍ୱପ୍ନଶ୍ରୀ ନାୟକ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ରାକେଶ କୁମାର ମୂଦୁଲି, ଆଇନ ସେବା ପ୍ରାଧିକାରଣର ସଚିବ ବି.ଡ଼ି.ଡ଼ି ଚନ୍ଦନା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି (ଏଲ.ଆର.) ସର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ରେଜିଷ୍ଟାର ଶ୍ରୀମତୀ ବିଶ୍ଵକଳ୍ପିତା ମହାନ୍ତି, ଏସ.ଡି. ଜେ. ମ. ଶ୍ରୀ ପ୍ରତ୍ୟୁଷ କୁମାର ଚାନ୍ଦ, ସିଭିଲ ଜଜ ଶ୍ରୀ ସଙ୍କେତ ସାମଲ, ଜେ. ମ.ଏଫ.ସି. ଶ୍ରୀ ଅଙ୍କିତ ଦେଓଗନ, ଆଇନଜୀବୀ ଶ୍ରୀ ସାରଦା ପ୍ରସାଦ ଦାସ, ଶ୍ରୀ ହିମାଦ୍ରୀ ଶଙ୍କର ନନ୍ଦୀ, ଡିଫେନସେ କାଉସେଲରଙ୍କ ସହିତ ପ୍ରାଧିକରଣର ଅଧିକାରୀ ମିତ୍ରମାନେ ଯୋଗଦେଇ ଆଇନ ସେବା ପ୍ରାଧିକରଣ ଷ୍ଟଲକୁ ପ୍ରଦିପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଛନ୍ତି। ଏହାସହ ଲୋକମାନଙ୍କୁ ଆଇନ ସେବା ପ୍ରାଧିକରଣ ବିଷୟରେ ଅବଗତ କରାଇବାକୁ ଆଇନ ସେବା ପ୍ରାଧିକରଣର ଅଧିକାରୀ ମିତ୍ରଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *