ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି ।
Date : 05.04.26Ar : ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି ।ଆଜି ଘଡଘଡ଼ି ସହ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ପବନ ମଧ୍ୟ ବୋହୁଛି।ତେବେ ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପତିତପାବନ ବାନାରେ ଏହି ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି।ତେବେ ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପତିତପାବନ ବନାରେ ଏହି ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି ।ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ, ଯାହାକି ଅତ୍ୟନ୍ତ ବିରଳ ଘଟଣା ଓ ଶୁଭ ବୋଲି ବିଚାର କରାଯାଏ ।ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ।ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଶୂନ୍ୟ ଗଣ୍ଠି ସମୟ ସମୟରେ ଦେଖିବାକୁ ମିଳୁଛି ।ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଶୂନ୍ୟ ଗଣ୍ଠି ପଡ଼ିଥାଏ। ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ।ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା। କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଶୂନ୍ୟ ଗଣ୍ଠି ସମୟ ସମୟରେ ଦେଖିବାକୁ ମିଳୁଛି ।
