ଜାମିନ ମିଳିବା ପରେ ସାମ୍ନାକୁ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ସୋମବାର ତାଙ୍କୁ ଜାମିନ ମିଳିଛି। ସୁରଟ କୋର୍ଟରେ ତାଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ଜାମିନ ପାଇବା ପରେ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ଏହା ମିତ୍ରକାଳର ବିରୋଧରେ’, ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହା ଏକ ସଂଗ୍ରାମ। ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ମୋର ଆଶ୍ରୟ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ସୁରଟ କୋର୍ଟରୁ ଜାମିନ ପାଇବା ପରେ ତାଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ‘ଯୋଦ୍ଧାମାନେ ବିଚଳିତ ହୁଅନ୍ତି ନାହିଁ, ଗୋଟିଏ ମୁହୂର୍ତ୍ତରେ ଧର୍ଯ୍ୟ ହରାନ୍ତି ନାହିଁ, ପ୍ରତିବନ୍ଧକକୁ ଗ୍ରହଣ କରନ୍ତି ଏବଂ କଣ୍ଟା ଦେଇ ରାସ୍ତା ତିଆରି କରନ୍ତି’। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ୍‌ ଉପରେ ବିବାଦୀୟ ବୟାନ ଦେଇ ବିବାଦ ଘେରକୁ ଚାଲିଆସିଥିବା ରାହୁଲ ଗାନ୍ଧୀଙ୍କୁ ଗତ ମାସରେ ସୁରଟର ଏକ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ୨ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *