ଲୋକନାଥ ମନ୍ଦିର ରେ ସ୍ବଛତା କାର୍ଯ୍ୟକ୍ରମ
ପୁରୀ ୬/୪ ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅପ୍ରେଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ତେଣୁ ପୁରୀ ମହାନଗର ନିଗମ ଦ୍ଵାରା ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର ପରିସରରେ ଆଜି ପ୍ରତ୍ୟୁଷରୁ ସ୍ବଛତା ଅଭିଯାନ କରାଯାଇଥିଲା। ଏଥିରେ ପୁରୀ ମହା ନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ,ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ସାମାଜିକ ଅନୁଷ୍ଠାନ ହାପିନେସ ଫାଉଣ୍ଡେସନର ସ୍ବେଚ୍ଛାସେବୀ ପ୍ରମୁଖ ଯୋଗ ଦେଇ ସ୍ବଛତା ରେ ସାମିଲ ଥିଲେ। ଏହା ସହ ସମସ୍ତ ବ୍ଲକ ଓ ସହରାଞ୍ଚଳରେ ବିଭିନ୍ନ ଐତିହ୍ୟ, ପର୍ଯ୍ୟଟନ ସ୍ଥଳୀ ଆଦି ମାନଙ୍କରେ ସ୍ବଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
