ଜାଳେଣି ପାଇଁ କଟାଯାଉଛି ଶାଗୁଆନ ଗଛ, ବନ ବିଭାଗ ଜାଣି ଅଜଣା

ଜାଳେଣି ପାଇଁ କଟାଯାଉଛି ଶାଗୁଆନ ଗଛ, ବନ ବିଭାଗ ଜାଣି ଅଜଣା

ଚିକିଟି,6/4(ନିଗମାନନ୍ଦ ପଣ୍ଡା ):ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ଅଧୀନ ଚିକିଟିଗଡ଼ ବନ ବିଭାଗ ପଛ ଅନତି ଦୂରରେ ଥିବା ଶାଗୁଆନ ଜଙ୍ଗଲରୁ ନିର୍ବିଘ୍ନରେ କଟା ଚାଲିଛି ଗଜା ଶାଗୁଆନ ଗଛ। ଏହା କେଉଁ ଆସବାବ ପତ୍ର ନିର୍ମାଣ ପାଇଁ ଗଛ କଟା ହେଉନି ବରଂ ଜାଳେଣି ପାଇଁ ଛୋଟ ଛୋଟ ଗଛ କଟା ଚାଲିଛି।ସ୍ଥାନୀୟ ଲୋକେ ସକାଳୁ ସକାଳୁ ମୂଲ୍ୟବାନ ସାଗୁଆନ ଗଛ କାଟି ବୋହି ଆଣୁଛନ୍ତି ବନ ବିଭlଗ କାର୍ଯ୍ୟାଳୟ ସମ୍ମୁଖ ଦେଇ। ବନ କର୍ମଚାରୀଙ୍କ ଅବହେଳା ହେଉ କି ହାତଗୁଞ୍ଜା ମନୋବୃତ୍ତି ହେଉ ଲୋକେ ଜଙ୍ଗଲ କାଟିବାକୁ ସୁଯୋଗ ସୃଷ୍ଟି କରୁଛି। ଆଦ୍ୟନଧି ବେଧଡକ ଭାବେ ଜଙ୍ଗଲ କଟା ଚାଲିଛି, ଯଦି ଏମିତି କଟାଚାଲେ ଖୁବ ଶୀଘ୍ର ଶାଗୁଆନ ଜଙ୍ଗଲ ଧ୍ୱଂସ ପାଇଯିବ ଏଥିରେ ସନ୍ଦେହ ନାହିଁ। ରନ୍ଧନ ଗ୍ୟାସ ଅଭାବ ଆରମ୍ଭ ହେବା ପରେ କିଛି ଦିନ ହେଲା ଚିକିଟି ସେକ୍ସନ ଅଧିନସ୍ଥ ଚିକିଟି ସମେତ ଏହାର ଆଖ ପାଖ ଅଂଚଳ ରେ ଚୋରl କାଠ ବ୍ୟବସାୟୀ ସକ୍ରିୟ ହୋଇ ଉଠିଛନ୍ତି l ଦିନ ଦୁଇ ପହରରେ ଜଙ୍ଗଲରୁ ଶାଗୁଆନ ସମେତ ଅନ୍ୟାନ୍ୟ ଅନ୍ୟାନ୍ୟ ଗଛ କାଟି ବିକ୍ରି କରୁଛନ୍ତି । ବେଧଡ଼କ ଜଙ୍ଗଲ କଟା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏନେଇ ଚିକିଟି ଫରେଷ୍ଟର କାମନା ଭୂୟାଁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କିଏ କେତେବେଳେ ନେଉଛନ୍ତି ମୋତେ ଜଣାନ୍ତୁ, ଗୋଡେଇ ଗୋଡେଇ ବାଡ଼େଇବି, କିନ୍ତୁ ଆଶ୍ଚର୍ଜ୍ୟର କଥା ଏହିଯେ ଫରେଷ୍ଟର ଯେଉଁ ଦମ୍ଭୋକ୍ତିରେ ନିଜକୁ ଉପସ୍ଥାପନା କରିଥିଲେ ଠିକ ରାତି ପାହୁ ପାହୁ ତାଙ୍କ କାର୍ଯ୍ୟାଳୟ ସାମନା ଦେଇ ଶହ ଶହ ଗୋଚ୍ଛା କାଠ ବୋହିନେଲେ। ଏଥିରୁ ବନ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଉଛି। ଶ୍ରୀ ଭୂୟାଁ ପୂର୍ବରୁ ଏହି ସେକ୍ସନରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରିଥିଲେ, ଏବେ ଫରେଷ୍ଟର ଭାବେ ପଦୋନ୍ନତି ପାଇଁ ପୁରୁଣା ଜାଗାକୁ ଆସିଛନ୍ତି, ସେ ଏଠାକାର ସବୁ କାଠ ମାଫିଆ ଓ ଗଳିକନ୍ଦି ଭିତର ବାହାର ଭଲ ଭାବେ ପରିଚିତ। ଏଣୁ ଯଦି ଏପରି ଅଧିକାରୀ ଏଠାରେ ରହନ୍ତି ତେବେ ଚିକିଟି ଅଞ୍ଚଳର ସବୁଜିମା ଶଗୁଆନ ଜଙ୍ଗଲ ଟଂଗ୍ର ଭୂଇଁରେ ପରିଣତ ହେବ ଏଥିରେ ସନ୍ଦ୍ରହ ନାହିଁ।

Leave a Reply

Your email address will not be published. Required fields are marked *