ବନ୍ଧୁକ ମୁନରେ ସିଜିମାଳି ଆଦିବାସୀ ଅଞ୍ଚଳରେ ଦମନ ବନ୍ଦ କର
ବ୍ରହ୍ମପୁର ତା. ୦୭/୪. କ୍ରାନ୍ତିକାରୀ କୃଷକ ସଭା (AIKKS) ଓଡିଶା ରାଜ୍ୟ କମିଟି ତରଫରୁ ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ଏବଂ ଏହାକୁ ତୀବ୍ର ବିରୋଧ କରୁଥିବା ଆଦିବାସୀଙ୍କ ଗାଁ ମାନଙ୍କୁ ରାତି ୩ ଘଣ୍ଟ ଠାରୁ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ଘେରା ବନ୍ଦୀ କରି ରଖିବା, କଣ୍ଟାମାଳ ଗାଁ ର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା, ଲୁହବୁହା ଗ୍ୟାସ୍ ଚଲାଇବା, ଫାଙ୍କା ଗୁଳିଚାଳନା କରି ପୁରୁଷ ମହିଳାଙ୍କୁ ଆକ୍ରମଣ କରି ଘରଦ୍ୱାର ଭାଙ୍ଗିବା ଏକ ବର୍ବୋରଚିତ, ଅମାନବୀୟ ଏବଂ ଅଗଣତାନ୍ତ୍ରିକ ପଦ୍ଧତି କୁ ଅତି କଠୋର ଭାଷାରେ ସମାଲୋଚନା କରୁଛୁ। ଆଦିବାସୀ ମୂଖ୍ୟମନ୍ତ୍ରୀ ଥାଇ ଯଦି ସରଳ ନିରୀହ ପ୍ରକୃତି ପ୍ରେମୀ ଆଦିବାସୀଙ୍କ ଉପରେ ଏପରି ରାଷ୍ଟ୍ର ଦମନ ହେବ ତାହା ହେଲେ ଆମ ରାଜ୍ୟର ଭବିଷ୍ୟତ କଣ ହେବ ତାହା ପ୍ରଶ୍ନବାଚୀ।

ଆଦିବାସୀମାନେ ସ୍ୱାଭାବିକ ଭାବରେ ଗୋଷ୍ଠୀଗତ ଜୀବନଯାପନ ଏବଂ ଜଙ୍ଗଲ ଉପରେ ତାଙ୍କର ଜୀବନ ନିର୍ଭର କରିଥାଏ। ଜଙ୍ଗଲରୁ ଜାଳେଣୀ ସଂଗ୍ରହ, ଜଙ୍ଗଲଜାତ ପଦାର୍ଥ ଆଣିବା, ହାଟ ବଜାରକୁ ଯିବାଆସିବା ଓ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀଗତ ଭାବରେ ଚଳପ୍ରଚଳ କରିବା ତାଙ୍କର ନିତିଦିନିଆ ଜୀବନର ଅଂଶ। ଏହି ପରିସ୍ଥିତିରେ ଜଙ୍ଗଲ ଅଧିକାର କମିଟି ର ମୂଖିଆ ଉପଜିଲ୍ଲାପାଳ ଆଦିବାସୀଙ୍କ ସମସ୍ତ ମୌଳିକ ଓ ସାଂବିଧାନିକ ଅଧିକାରକୁ କ୍ଷୁଣ୍ଣ କରି ୧୪୪ ଧାରା ଲଗାଇଛନ୍ତି। ଏହା ସଂପୂର୍ଣ୍ଣ ଜନବିରୋଧୀ ନୀତି ଅଟେ।
ଆମର ଦାବୀ ସମୂହ :
୧. ୧୪୪ ଧାରା ଏବଂ ପୋଲିସ ସଶସ୍ତ୍ର ବାହିନୀ ତୁରନ୍ତ ପ୍ରତ୍ୟାହାର କର।
୨. ଗ୍ରାମସଭା ର ନିଷ୍ପତ୍ତି ଏବଂ ଜଳ, ଜଙ୍ଗଲ ଜମି, ଖଣି ଓ ପ୍ରକୃତି କୁ କର୍ପୋରେଟ କମ୍ପାନୀ ସ୍ୱାର୍ଥରେ ଟେକି ଦେବା ବନ୍ଦ କର।
୩. ଆଦିବାସୀଙ୍କୁ ବାସ୍ତୁହରା କରିବା ପାଇଁ ହେଉଥିବା ରାସ୍ତା ନିର୍ମାଣ କାମ ତୁରନ୍ତ ବନ୍ଦ କର।
୪. ବନ୍ଧୁକ ମୁନରେ ପୋଲିସ ଓ ପ୍ରଶାସନ ଦମନ ନୀତି ବନ୍ଦ କର।
୫. ଆଦିବାସୀଙ୍କ ପ୍ରିୟ ନେତା ସାଥୀ ଲିଙ୍ଗରାଜ ଆଜାଦ ଓ ସଂଗ୍ରାମୀ ସୁରେଶଙ୍କୁ ତୁରନ୍ତ ଏବଂ ନିଃସର୍ତ୍ତ ମୁକ୍ତ କର।
୬. ଆଦିବାସୀମାନଙ୍କ ଅଧିକାର ରକ୍ଷା ପାଇଁ ପେସା(PESA) ଓ ଜଙ୍ଗଲ ଅଧିକାର ଆଇନ (FRA) ସୁନିଶ୍ଚିତ କର।
୭. କମ୍ପାନୀ ଦଲାଲ୍ ସାଜି ଆଦିବାସୀ ଏବଂ କୃଷକଙ୍କ ସର୍ବନାଶ କରୁଥିବା ନେତା, ମନ୍ତ୍ରୀ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ କର ।
୮. ଘରଦ୍ୱାର ଭାଙ୍ଗିଥିବା ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ସହ ତୁରନ୍ତ ନିର୍ମାଣ କର। ଏହି ଟଙ୍କା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ।
ଶଙ୍କର ଇନକିଲାବ, ରାଜ୍ୟ ସଂପାଦକ
କ୍ରାନ୍ତିକାରୀ କୃଷକ ସଭା (AIKKS)
ଓଡ଼ିଶା ରାଜ୍ୟ କମିଟି
୯୪୩୭୨୬୩୨୧୧
୭ ଅପ୍ରେଲ ୨୦୨୬
