ଉତ୍କଳ ଦିବସ ମହାସମାରୋହରେ ପାଳିତ

ମଧ୍ୟ ପ୍ରଦେଶ ର ଇନ୍ଦୋର ନିକଟସ୍ଥ ପିଥମପୁର ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଉତ୍କଳ ଦିବସ ମହାସମାରୋହରେ ପାଳିତ l ପିଥମପୁର ରେ ଶହ ଶହ ଓଡ଼ିଆ ଭାଇ ଏବଂ ଭଉଣୀ ମାନେ ନିଜର ମାତୃଭୂମି ଛାଡି ନିଜର ଜୀବିକା ନିର୍ବାହ କରୁଛନ୍ତି I ସେମାନଙ୍କ ପାଇଁ ଜୟ ଜଗନ୍ନଥା ସାଂସ୍କୃତିକ ପରିଷଦ ଏହି କାର୍ଯ୍ୟକ୍ରମ କୁ ସଫଳତା ର ସହିତ ଆୟୋଜନ କରିଥିଲା I କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଥାନା ନିର୍ବାହୀ ଶ୍ରୀଯୁକ୍ତ ସତୀଶ ଶର୍ମା ଯୋଗ ଦେଇ ଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ଶିବ ପ୍ରକାଶ ମୋଦି , ସମ୍ପାଦକ ଶ୍ରୀ ବିବିଧ କୁମାର ଜେନା , ଉପ ସଭାପତି ଶ୍ରୀଯୁକ୍ତ ଦୁର୍ଗା ଚରଣ ରାଉତ , ମୁଖ୍ୟ ଉପଦେଷ୍ଟା ଡ଼କ୍ଟର ଶ୍ରୀନିବାସ ଶତପଥୀ ( ରାଜା ରମନନା ସେଣ୍ଟର ଫର ଆଡ଼ଭାନ୍ସଡ଼ ଟେକ୍ନୋଲୋଜି ର ବରିଷ୍ଠ ବୈଜ୍ଞାନିକ ), କୋଷାଧକ୍ଷ ପ୍ରକାଶ ରାଉତ , ଉପଦେଷ୍ଟା ଶ୍ରୀଯୁକ୍ତ ଅଶୋକ ଜେନା, ହୃଦାନନ୍ଦ ବେହେରା , ପ୍ରତାପ ମହାପାତ୍ର , ପ୍ରହ୍ଲାଦ ମହାନ୍ତି , ନିରଞ୍ଜନ ବିଶ୍ୱାଳ , ଶିବ ପ୍ରସାଦ ବିଶ୍ୱାଳ ଇତ୍ୟାଦି ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ Iଏହି କାର୍ଯ୍ୟକ୍ରମ ରେ ଓଡିଶା ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ସ୍ଵୟଂପ୍ରଜ୍ଞା ସାହୁ ଓ ତାଙ୍କର ଶିଷ୍ୟା ମାନଙ୍କ ଦ୍ୱାରା ଅତି ଉଚ୍ଚ କୋଟିର ଓଡିଶୀ ନୃତ୍ୟ ପରିବେଷଣ କରIଯାଇ ଥିଲା । ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ରାଜା ରମନନା ସେଣ୍ଟର ଫର ଆଡ଼ଭାନ୍ସଡ଼ ଟେକ୍ନୋଲୋଜି (RRCAT) ର ବୈଜ୍ଞାନିକ ମାନଙ୍କ ଦ୍ୱାରା ଏକ ହାସ୍ୟ ବ୍ୟଙ୍ଗରକାତ୍ମକ ନାଟକ ” ଆପଣ ସାକ୍ଷୀ ରହିଲେ ହଜୁର ” ପରିବେଷଣ କର। ଯାଇଥିଲା ।

ଦିଲେଶ୍ଵର ମହାରଣା ଙ୍କ ଦ୍ୱାରା ଲିଖିତ ଏହି ନାଟକ ଟିକୁ RRCAT, INDORE ର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ଖଗେଶ୍ୱର ସାହୁ ନିର୍ଦ୍ଧେଶନା ଦେଇଥିଲେ ଓ ଡ଼କ୍ଟର ପ୍ରଶାନ୍ତ ସାହାଣୀ ସଂଗୀତ ନିର୍ଦ୍ଧେଶନା ଦେଇଥିଲେ I ଏହି ନାଟକ ରେ ମୁଖ୍ୟ ଭୂମିକା ରେ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଶ୍ରୀଯୁକ୍ତ ସୋଖେନ ଟୁଡୁ ଓ ଶ୍ରୀଯୁକ୍ତ ଅରିଜିତ ଦାସ ଅଭିନୟ କରିଥିବା ବେଳେ ଶ୍ରୀଯୁକ୍ତ ଅଶୋକ ସାହୁ, କୁମାରୀ ପୂଜା ରାଉତ, ଶ୍ରୀଯୁକ୍ତ ଡାକା କାଲା, ଶ୍ରୀଯୁକ୍ତ ସର୍ବେଶ୍ୱର ସର୍ଦାର , ଶ୍ରୀଯୁକ୍ତ କୁଶଲ ମୁର୍ମୁ ଓ ଡ଼କ୍ଟର ଖଗେଶ୍ୱର ସାହୁ ସହ କଳାକାର ଭାବେ ଅଭିନୟ କରିଥିଲେ I ଦର୍ଶକ ମାନେ ଏହି ନାଟକ ଟି କୁ ବହୁତ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମ ରେ ଶେଷ ରେ ପୁରସ୍କାର ବିତରଣ କରI ଯାଇଥିଲା ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ସାଂସ୍କୃତିକ ପରିଷଦ କୁ ଆଗକୁ ନେବା ପାଇଁ ଅନୁଷ୍ଠାନ ର ସଭ୍ୟ ମାନେ ନିଷ୍ପତି ନେଇ ଥିଲେ ।

Leave a Reply

Your email address will not be published. Required fields are marked *