ଲୋକ କଳା ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକ: ଆଇନ ମନ୍ତ୍ରୀ
ଲୋକ କଳା ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରତୀକ: ଆଇନ ମନ୍ତ୍ରୀ
ପିପିଲି ରେ ରାଜ୍ୟ ସ୍ତରୀୟ ଲୋକକଳା ପାଇଁ ଦିନଟିଏ ପାଳିତ
ପୁରୀ ୧୦/୪ ଓଡ଼ିଶାର ଐତିହ୍ୟ, କଳା,ସଂସ୍କୃତି ଓ ଲୋକ କଳା ମହାନ।ବିଶ୍ବ ଦରବାରରେ ଏହାର ମହତ୍ତ୍ୱ ରହିଛି।ଏହାକୁ ଆହୁରି ଅଧିକ ପରିବ୍ୟାପ୍ତ ଆମ ସମସ୍ତଙ୍କ ଧେୟ ହେବା ଉଚିତ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଓଡିଆ ପକ୍ଷ
ପାଳନ ଅବସରରେ ଆଜି ପିପିଲି ପଦା ପଡିଆ ଠାରେ ରାଜ୍ୟ ସ୍ତରୀୟ ଲୋକକଳା ପାଇଁ ଦିନଟିଏ ଉତ୍ସବ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆମ ମହାନ ଲୋକକଳାର ସ୍ବତନ୍ତ୍ର ଉପସ୍ଥାପନା ଓ ଆମ ଚମତ୍କାର ଖାଦ୍ୟ କୁ ଉପସ୍ଥାପିତ କରି ପର୍ଯ୍ୟଟକ ଙ୍କ ମାଧ୍ୟମରେ ବିଶ୍ବ କୁ ଦେଖେଇ ବାକୁ ପଡିବ ବୋଲି ସେ କହିଥିଲେ।ଯେଉଁ ଜାତି ନିଜ ଇତିହାସ, ଐତିହ୍ୟ ଓ ସଂସ୍କୃତି ର ସୁରକ୍ଷା ସହ ଆଗକୁ ନିଏ ସେ ଜାତି ବା ରାଜ୍ୟ ଶ୍ରେଷ୍ଠ ହୋଇ ପାରେ।ମରାଠା, ପଞ୍ଜାବୀ, ଗୁଜୁରାଟୀ ମାନଙ୍କ ଉନ୍ନତି ଓ ବିକାଶ ଏହାର ବଡ ଉଦାହରଣ।ଆମ ସରକାର ୨ ବର୍ଷ ଧରି ଓଡିଶା ଦିବସ କୁ କେବଳ ବର୍ଣ୍ଣାଢ୍ୟ ଭାବେ ପାଳନ କରୁନାହିଁ ବଂର ବରପୁତ୍ର ମାନଙ୍କ ଜନ୍ମ ସ୍ଥାନରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିଛନ୍ତି।ତତସହିତ ଓଡ଼ିଆ ପକ୍ଷ ପାଳନ ମାଧ୍ୟମରେ ଆମ ଖାଦ୍ୟ, ପୋଷାକ ପରିଧାନ, ଝୋଟି, ମୁରୁଜ ଅଙ୍କନ, ନୃତ୍ୟ ସଂଗୀତର ଲୋକ କଳା ପ୍ରଦର୍ଶନ, ଯୁବବର୍ଗ ଙ୍କ ମଧ୍ୟରେ ସାହିତ୍ୟ ର ସମୃଦ୍ଧିର ନବ ଉନ୍ମେଷ ଓ ଓଡ଼ିଆ ନବବର୍ଷ ପାଳନ ପାଇଁ ବ୍ୟବସ୍ଥା କରି ଓଡ଼ିଆ ଅସ୍ମିତା କୁ ପରିବ୍ୟାପ୍ତ କରାଯାଇଛି।ପିପିଲି ରେ ଖୁବ ଶିଘ୍ର ଜାତୀୟ ରାଜପଥ ପାର୍ଶ୍ବରେ ଶତାଧିକ ଚାନ୍ଦୁଆ ବ୍ୟବସାୟୀ ଙ୍କୁ ନେଇ ବୃହତ ଚାନ୍ଦୁଆ ବଜାର କରାଯିବ,ଯାହା ପର୍ଯ୍ୟଟକ ଙ୍କୁ ଆକୃଷ୍ଟ ସହ ଆମ ଅର୍ଥନୀତି କୁ ମଧ୍ୟ ସମୃଦ୍ଧ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିବା ସହ ଓଡ଼ିଆ ଅସ୍ମିତା ର ପ୍ରଚାର ପ୍ରସାର ପାଇଁ ଐକ୍ୟ ବଦ୍ଧ ହେବା ଓ ୨୦୩୬ ବିକଶିତ ଓଡ଼ିଶାର ସ୍ବପ୍ନ କୁ ସାର୍ଥକ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପୁରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସମସ୍ତ ଲୋକ କଳା ଆମ ମହାନ ଓଡ଼ିଆ ସଂସ୍କୃତି ଓ ପରମ୍ପରା ର ପ୍ରତୀକ ଓ ପରିଚୟ ଅଟେ।ବହୁ ଘାତ ପ୍ରତିଘାତରେ ଲୋକକଳା ତାହାର ଗରିମାକୁ ବଞ୍ଚାଇ ରଖିଛି ଓ ଆଗକୁ ଆହୁରି ଋଦ୍ଧିମନ୍ତ ହେବ ବୋଲି କହିବା ସହ ସମସ୍ତ କଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପିପିଲି ରେ ଲୋକ କଳା ପାଇଁ ଦିନଟିଏ ର ରାଜ୍ୟ ସ୍ତରୀୟ ଉତ୍ସବ କାର୍ଯ୍ୟକ୍ରମ କରା ଯାଇଥିବାରୁ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ର ସୁରକ୍ଷା ପାଇଁ ଏହା ଏକ ଅଭିନବ ପଦକ୍ଷେପ ବୋଲି କହିବା ସହ ଖୁବ ଶିଘ୍ର ପିପିଲି ରେ ଆର୍ଟ ଓ କ୍ରାଫ୍ଟ ହବ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ।
ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅତି ମହାନ।ଏହି ଲୋକ କଳା ଯୁବ ପିଢ଼ି ମାନଙ୍କୁ ଆକୃଷ୍ଟ ଓ ଆଗେଇ ନେବାକୁ ପ୍ରେରଣା ଦେବ ବୋଲି କହିଥିଲେ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଡ ସ୍ମିତା ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଉପ ନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନ ରେ ରାଜ୍ୟର ୩୦ ଜିଲ୍ଲାର ପ୍ରାୟ ୧ ହଜାର କଳାକାର ପାରମ୍ପରିକ ବେଶ ପୋଷାକ ରେ ଜବାହର ବିଦ୍ୟାପୀଠ ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପଦା ପଡିଆ ଠାରେ ପହଞ୍ଚିଥିଲେ।ଏହି ଅବସରରେ ମାଲଖମ୍ବ, ଗୋଟିପୁଅ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।
