ମୋ ଯୁବ ଭାରତ ପକ୍ଷରୁ ଯୁବକ ସଙ୍ଘ ଗଠିତ l
ରମ୍ଭା ତା -୧୧/୦୪/୨୬; ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ମୋ ଯୁବ ଭାରତ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ନୂତନ ଭାବେ ଯୁବକ ସଙ୍ଘ ମାନ ଗଠିତ ହେବାରେ ଲାଗିଛି l ଆଞ୍ଚଳିକ ବିକାଶ ଓ ଯୁବ ଶକ୍ତିକୁ ଏକତ୍ରିତ କରି ଯୁବ ବିକାଶକୁ ଲକ୍ଷ୍ୟକରି ଗଞ୍ଜାମ ଜିଲ୍ଲା ସଂଯୋଜକ ଅକ୍ଷୟ ଭାସ୍କର ନିପାଣେ ଙ୍କ ନିର୍ଦେଶକ୍ରମେ ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ପକ୍ଷରୁ ଯୁବ ଶକ୍ତିକୁ ଏକଜୁଟ କରିବା ପାଇଁ ପ୍ରୟାସ କରାଯାଉଛି l ଏନେଇ ଚିକିଟି, ଭଞ୍ଜନଗର, ହିଞ୍ଜିଳିକାଟୁ, ବେଲଗୁଣ୍ଠା, ଛତ୍ରପୁର, ବ୍ରହ୍ମପୁର ଓ ଗଞ୍ଜାମ ଏପରିକି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୫୦ରୁ ଉର୍ଦ୍ଧ ଯୁବକ ସଙ୍ଘ ଗଠିତ ହୋଇସାରିଲାଣି l ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼, ଉମାକାନ୍ତ ବେହେରା, ରାକେଶ କୁମାର ନାୟକ, ରାଧାରମଣ ପାଢ଼ୀ ପ୍ରମୁଖଙ୍କ ପ୍ରପ୍ରଶଂନୀୟ ଉଦ୍ୟମକୁ ଜିଲ୍ଲା ସଂଯୋଜକ ଉଚ୍ଚ ପ୍ରଶଂସା କରିଛନ୍ତି l ତତ ସହିତ ଗଞ୍ଜାମ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ୟୁଥ ଫର ଭିଲେଜ, ଯଶୋଦା ଫାଉଣ୍ଡେସନ,ମାଳି ଜଗନ୍ନାଥପୁରର ବାବା ବାଲିଲୋକାନାଥ ୟୁଥ କ୍ଳବ, ଶ୍ରିବଣାର ଏସ ବିଏସ ୟୁଥ କ୍ଲବ, ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ର ଦିଗ ବିଜୟୀ ୟୁଥ କ୍ଲବ, ରାଜନା ପଲ୍ଲୀର ରାଧାକୃଷ୍ଣ ପାଠାଗାର,ବ୍ରହ୍ମପୁରର ନୀଳାଞ୍ଚଳ ଆସୋସିଏସନ, ଭଞ୍ଜନଗର କ୍ରାନ୍ତିବୀର, ରାଧାକୃଷ୍ଣ ୟୁଥକ୍ଳବ, ହିଞ୍ଜିଳିକାଟୁ ସାହାଯ୍ୟ ପ୍ରାପ୍ତ ପଠାଗାର,ଚିକିଟିର ବନ୍ଦନା ୟୁଥ କ୍ଳବ ପ୍ରମୁଖ ଯୁବକ ସଙ୍ଘ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l
