ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ସହିତ ବୈଠକ
Date-13/04/26 ରଘୁନାଥପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର ସହିତ ବୈଠକ l ଯୋଗଦେଲେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା*ବିଧାୟକ ରମାକାନ୍ତ ଭୋଇଙ୍କ ରାଜ୍ୟ ସଭାରେ କ୍ରସ ଭୋଟିଂ ଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ର୍ ପଡିଲା ପୂର୍ଣ୍ଣଛେଦ*ଏକାଠି ହେଲେ ରଘୁନାଥପୁର ବ୍ଳକର ବିଜେଡି ର୍ ଛାମୁଆ ନେତା ଓ କର୍ମୀଆଙ୍କର- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ରଘୁନାଥପୁର ବ୍ଲକ ପୁରଣ ଓଡ଼ପଡା ଠାରେ ବିଜୁ ଜନତା ଦଳର ବ୍ଳକ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ସହିତ ବିଜେଡି ର ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ଯୁବ ନେତା ଦେବାଶିଷ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ଙ୍କ ସହିତ ଯୁବ ଛାତ୍ର ସଭାପତି, ମହିଳା ସଭାପତି, ଜିଲ୍ଲା ପରିଷଦ ସଭ୍ୟ ଙ୍କ ସହିତ 19 ଟି ପଂଚାୟତ ର ସରପଂଚ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟି ରେ ଏହି ବୈଠକ କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ (BLO) ବୁଥ ଲେବୁଲ ଏଜେଣ୍ଟ ମାନେ ମଧ୍ୟ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ । ଏହା ସହିତ ବିଧାୟକ ରମାକାନ୍ତ ଭୋଇଙ୍କ ରାଜ୍ୟ ସଭାରେ କ୍ରସ ଭୋଟିଂ ଙ୍କୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇ ଥିବା ବେଳେ ପ୍ରତାପ ଜେନା ଙ୍କ ନେତୃତ୍ୱରେ ବିଜେଡି ସଂଗଠିତ ହୋଇ ପଂଚାୟତ ନିର୍ବାଚନ ରେ ବାଜିମାତ କରିବ ବୋଲି କୁହାଯାଇଛି । ଏହାକୁ ନେଇ ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ତେବେ ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ଏକ ହାଜର ରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ମାନେ ଯୋଗ ଦେଇ ଥିବାବେଳେ ଆଗମୀ ଦିନରେ ରାଜ୍ୟରେ ରଘୁନାଥପୁର ବ୍ଲକ ଏକ ନମ୍ବର ଭାବେ ପରିଗଣିତ ହେବ ବୋଲି ପ୍ରତାପ ଜେନା କହିଛନ୍ତି ।
