ରାଷ୍ଟ୍ରୀୟ ସୟଂସେବକ ସଂଘପ୍ରମୁଖ ନାଗରିକ ସଂଗୋଷ୍ଠୀ ବୈଠକ ଅନୁଷ୍ଠିତ।
ବ୍ରହ୍ମପୁର/ଚିକିଟି ୧୨/୪/( )ସ୍ଥାନୀୟ ନୀଳକଣ୍ଠ ନଗର,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ରାଷ୍ଟ୍ରୀୟ ସୟଂସେବକ ସଂଘ,ପ୍ରମୁଖ ନାଗରିକ ସଂଗୋଷ୍ଟୀ ବୈଠକ ରେ ମୁଖ୍ୟ ବକ୍ତା ବାଳକୃଷ୍ଣ ପଣ୍ଡା,ସନ୍ନମାନୀୟ ଅତିଥି ଭଗବାନ ତ୍ରିପାଠୀ,ମୁଖ୍ୟ ଅତିଥି ଜଗଦୀଶ ଖାଡେଙ୍ଗା ଉପସ୍ଥିତ ରହି ସୁସଂସ୍କୃତ, ଅନୁଶାସିତ ଏବଂ ସମର୍ପଣ ଭାବସହ କାର୍ଯ୍ୟକରିବା ପାଇଁ ସୟଂସେବକ ଏବଂ ସମାଜକୁ ସୁସଂଗଠିତ କରି ଭାରତ ମାତାଙ୍କୁ ପରମବୈଭବଶାଳୀ ରାଷ୍ଟ୍ର କରିବା ପାଇଁ ବିଗତ ୧୦୦ ବର୍ଷ ଧରି ନିରନ୍ତର କାର୍ଯ୍ୟରତ ।ଶତାବ୍ଦୀ ବର୍ଷରେ ରାଷ୍ଟ୍ରୀୟ ସୟଂସେବକ ସଂଘ ସମାଜର ସଜ୍ଜନ ଶକ୍ତିକୁ ସାଥୀରେ ନେଇ ସମଗ୍ର ବିଶ୍ବରେ ଆଦର୍ଶ ପ୍ରସ୍ତୁତ କରିବା ସହ ସଂଗଠିତ, ସମର୍ଥ ଏବଂ ସମୃଦ୍ଧ ଭାରତ ଗଠନ କରିବା ପାଇଁ ସଂକଳ୍ପ ବଦ୍ଧ । 1ଏହି ସଂକଳ୍ପ ପୂରଣ ପାଇଁ ସମାଜର ପ୍ରତିଷ୍ଠିତ ଏବଂ ପ୍ରଭାବଶାଳୀ ମହାନୁଭବ ବ୍ୟକ୍ତିଙ୍କ ସହ ସମ୍ବାଦ କରିବା ପାଇଁ ପ୍ରମୁଖ ନାଗରିକ ସଂଗୋଷ୍ଠୀ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସୟଂସେବକ ସଂଘର ସହ-ସର କାର୍ଯ୍ୟବାହି ରାମଦତ୍ତଜୀ ଚକ୍ରଧର ଙ୍କ ଉପସ୍ଥିତି ଥିଲେ । କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସହର ୫୦୦ ରୁ ଉର୍ଦ୍ଧ ପ୍ରମୁଖ ନାଗରିକ,ଡାକ୍ତର ବୁଦ୍ଧିଜୀବୀ,ଶିକ୍ଷକ,ବ୍ୟବସାୟୀ,ବିଭିନ୍ନ ଅନୁଷ୍ଠାନ,ଏନ ଜି ଓ,ସମାଜସେବୀ,ଙ୍କ ସହିତ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପ୍ରମୁଖ ବ୍ୟକ୍ତି ଗଣ,ମାତୃ ମଣ୍ଡଳୀ ବୈଠକ ରେ ଅଂଶଗ୍ରହଣ କରିଥିଲେ ଓ ନିଜ ନିଜ ର ଅନୁଭୂତି ପ୍ରକାଶ କରିବା ସହିତ କିଛି ମତ ରଖିଥିଲେ।
