ସମାଜ ସେବୀ ସଙ୍ଗଠନ ପକ୍ଷ ରୁ ଓଡିଶା ସମ୍ମାନ”
“ତାରିଖ: ୧୩/୦୪/୨୦୨୬ଭଦ୍ରକ ଜିଲ୍ଲାର ଅଗ୍ରଣୀ ସମାଜସେବୀ ସଂଗଠନ ‘ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ,ଓଡ଼ିଶା’ ସମ୍ମାନିତଜଗତସିଂହପୁରରେ ଆୟୋଜିତ ସାମାଜିକ ଅନୁଷ୍ଠାନରେ “ସେବା ସମ୍ମାନ” ପ୍ରଦାନଜଗତସିଂହପୁର, ୧୨ ଏପ୍ରିଲ୍: ଜଗତସିଂହପୁର ଜିଲ୍ଲାରେ ଆୟୋଜିତ ଏକ ବିଶେଷ ସାମାଜିକ ଅନୁଷ୍ଠାନରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ସମାଜସେବୀ ସଂଗଠନ ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା ବାହାରେ କୁ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ “ସେବା ସମ୍ମାନ” ରେ ସମ୍ମାନିତ କରାଯାଇଛି।ଏହି ସ୍ଵେଚ୍ଛାସେବୀ ସଂଗଠନ ଦୀର୍ଘଦିନ ଧରି ଜିଲ୍ଲା ଓ ଜିଲ୍ଲା ବାହାରରେ ଅସହାୟ,ଗରିବ ଓ ନିଷ୍ପେସିତ ଲୋକମାନଙ୍କୁ ନିରନ୍ତର ସହାୟତା ଓ ସେବା ଯୋଗାଇ ଆସୁଛି ବିବେଶ କରି ରକ୍ତ ଅଭାବରୁ କାହାର ଜୀବନ ନ ଯାଉ ଏହା ହିଁ ମୁଖ୍ୟ ଲକ୍ଷ ରଖି ସଂଗଠନର ଏହି ମାନବତାମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ସେବା ଫାଉଣ୍ଡେସନ ପକ୍ଷରୁ ସମ୍ମାନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦେଇଥିବାବେଳେ,ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରେମାନନ୍ଦ ପରିଡ଼ା ଉପସ୍ଥିତ ଥିଲେ। ସଂଗଠନର ପ୍ରତିଷ୍ଠାତା ଡ଼ଃ ସୋଶାଙ୍କ କେଶର ସାହାଣୀ,ସଯୁକ୍ତ ଶିବାନନ୍ଦ ଦାସ ଓ ସଯୁକ୍ତ କେଦାର ଦଲାଇ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସନ୍ମାନିତ ଅତିଥି ଭାବେ ଶ୍ରୀ ସତ୍ୟବ୍ରତ ବିଶ୍ୱାଳ ଉପସ୍ଥିତ ରହିଥିଲେ। ଏହି ଅବସରରେ ସମସ୍ତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବାର ଅଂଶ ଭାବେ ୩୭ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହ ୭୦ ଜଣଙ୍କ ଆଖି ପରୀକ୍ଷା କରାଯାଇଥିବାବେଳେ ୭ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ସଂଗଠନ ପକ୍ଷରୁ ପଠାଯାଇଥିଲା।ଏହି ଅବସରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ଦର୍ଶନ ବିଭାଗର ଗୁରୁଜୀ ଡାକ୍ତର ନିକୁଜ କିଶୋର ଜେନା ଙ୍କ ସହ ସଭାପତି ମିଥୁନ ଜେନା, ଉପସଭାପତି ରଶ୍ମି ରଞ୍ଜନ ବାରିକ୍, ସମ୍ପାଦିକା ମଧୁସ୍ମିତା ପଲାଇ,ସକ୍ରିୟ ସଦସ୍ୟା ଏଲିଲା ନାୟକ,ଲକ୍ଷ୍ମୀପ୍ରିୟା ଦାସ,ଉର୍ବଶୀ ମଲ୍ଲିକ, ରାଜୁ ପରିଡ଼ା ଗୀତି ରଞ୍ଜନ ବେହେରା,ଲଭ୍ଲି ମହାପାତ୍ର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ।ଅନ୍ତେ ସମସ୍ତଙ୍କୁ ପୁଷ୍ପଗଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
