ଉଦଳା ଘୋରେଇ ବସ୍ ମାଲିକ ସଙ୍ଘ ଓ ମୋଟର କର୍ମଚାରୀ ସଙ୍ଘ ଆନୁକୂଲ୍ୟରେ ପଣା ସର୍ବତ ବିତରଣ

ଉଦଳା , ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସର ରେ ଉଦଳା ଘୋରେଇ ବସ୍ ମାଲିକ ସଙ୍ଘ ଓ ଉଦଳା ମୋଟର କର୍ମଚାରୀ ସଙ୍ଘ ର ମିଳିତ ସହଯୋଗ ରେ ଉଦଳା ବସ୍ ଷ୍ଟାଣ୍ଡ ରେ ପାରମ୍ପରିକ ଓଡ଼ିଆ ନବ ବର୍ଷ ତଥା ହନୁମାନ ଜୟନ୍ତି ପାଳନ କରାଯାଇଛି l ଏହି ପରିପ୍ରେକ୍ଷିରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିର୍ନ୍ନ ପ୍ରକାର ପଣା ସର୍ବତ ର ବ୍ୟବସ୍ଥା କରାଯାଇଥିଲା l ତେବେ ଏହି ବ୍ୟବସ୍ଥା କୁ କପ୍ତିପଦା ଉପଖଣ୍ଡ, ଉଦଳା ର ପୋଲିସ ଅଧିକାରୀ ଶ୍ରୀ ଯୁକ୍ତ ହୃଷିକେଶ ନାୟକ ଫିତା କାଟି ଉଦଘାଟନ କରିଥିଲେ l ଏହି ପଣା ସର୍ବତ କୁ ଘରୋଇ ବସ୍ ମାଲିକ, କର୍ମଚାରୀ, ମୋଟର କର୍ମଚାରୀ ସଂଘର ର କର୍ମକର୍ତା, ବସ୍ ଯାତ୍ରୀ , ପଥ ଚାରି ଅନ୍ୟୁନ ତିନି ହଜାର ରୁ ଉର୍ଦ୍ଧ ଙ୍କ ମଧ୍ୟ ରେ ବିତରଣ କରା ଯାଇଥିଲା l l ଓଡ଼ିଆ ମାନଙ୍କ ନବ ବର୍ଷ ଏକ ଗର୍ବ ଗୌରବ କଥା l

ତାର ଅସ୍ମିତା କୁ ବଜାଇ ରଖିବାର ଯେଉଁ ପରମ୍ପରା ରହିଛି ତାକୁ ବଜାଇ ରଖିବା ନେଇ ଘରୋଇ ବସ୍ ମାଲିକ ସଙ୍ଘ ଓ ମୋଟର କର୍ମଚାରୀ ସଙ୍ଘ ପ୍ରତିବର୍ଷ ପଣା ସର୍ବତ ବିତରଣ ଆସୁଛନ୍ତି ତାହା ଅନ୍ୟ ମାନଙ୍କ ଲାଗି ଏକ ପ୍ରେରଣା l ଏଥିଲାଗି ସବୁ ମହଲ ରେ ପ୍ରଶଂସା ମିଳୁଥିବାର ସୂଚନା ମିଳୁଛି l ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଘରୋଇ ବସ୍ ମାଲିକ ସଙ୍ଘ ର ସଭାପତି ରମେଶ କୁମାର ବେହେରା, ସମ୍ପାଦକ ସଞ୍ଜୟ କୁମାର ବାରିକ, କମଳାକାନ୍ତ ର ଣ l ) ହରିଶ ଚନ୍ଦ୍ର ଦାସ, ମନୁ ବାବୁ ଅଜୟ କୁମାର ପାତ୍ର, କଟିଆ ବାବୁ, ବସ୍ ମାଲିକ ସତ୍ୟବାବୁ, ସୁରେଶ୍ୱର ଜେନା ଓ ଦୁଇ ସଂଘ ର କର୍ମଚାରୀ ମାନେ ସହଯୋଗ କରିଥିଲେ l ପରିଶେଷରେ ବସ୍ ବସ୍ ମାଲିକ ସଂଘର ସମ୍ପାଦକ ଶ୍ରୀଯୁକ୍ତ ବାରିକ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ତରୀୟ ପ୍ରଦାନ କରିଥିବା ବେଳେ ବସ୍ ମାଲିକ କୁନା ବାବୁ ଦହି ପଖାଳ ମଧ୍ୟ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *