ହଜାର ହଜାର ଭକ୍ତ ଙ୍କ ଗହଣରେ ମା ଦଣ୍ଡକାଳୀଙ୍କ ମେରୁ ଯାତ୍ରା ସମାପନ l

ପୁରୁଷୋତ୍ତମପୁର -୧୪/୪() ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଠାରେ ପାରମ୍ପରିକ ମେରୁ ଯାତ୍ରା ଭକ୍ତି ଓ ଆଡମ୍ବରର ସହ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ମାସର ପବିତ୍ର ସଂକ୍ରାନ୍ତି ଅବସରରେ ହେଉଥିବା ଏହି ମେରୁ ପର୍ବକୁ ଅଞ୍ଚଳର ସବୁଠୁ ଆକର୍ଷଣୀୟ ଧାର୍ମିକ ଉତ୍ସବ ଭାବେ ଦେଖାଯାଏ l ଦୀର୍ଘଦିନ ଧରି କଠୋର ନୀତି ନିୟମ ଓ ଉପବାସ ପାଳନ କରି ଦଣ୍ଡୁଆମାନେ ଏହି ମେରୁ ସମୟ ଟିକୁ ଦିନ ସାରା ନିର୍ଜଳ ଉପବାସ ରହି ନିଜ ତପସ୍ୟାର ସମାପନ କରିଥାନ୍ତି। ଏହା ଆଧ୍ୟାତ୍ମିକ ଶକ୍ତି, ଆତ୍ମନିୟନ୍ତ୍ରଣ ଓ ଭକ୍ତିର ଏକ ଅଦ୍ଭୁତ ପ୍ରତୀକ ଭାବେ ଗ୍ରହଣ କରାଯାଏ। ସହରର ମୁଖ୍ୟତଃ ତେଲି ପାର୍ଟି, ଧୋବା ପାର୍ଟି ଓ ଗୌଡ଼ ପାର୍ଟି ଦ୍ୱାରା ମେରୁ ଚଢ଼ିବା ଓ ତାହାର ଚାରିପାଖରେ ହେଉଥିବା ପାରମ୍ପରିକ କ୍ରିୟାକଳାପ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ରହିଥିଲା। ଏବଂ ଏହାକୁ ଦେଖିବାପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଇଥିଲା। ମେରୁ ଯାତ୍ରାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ସମଗ୍ର ଅଞ୍ଚଳ ଏକ ମେଳାର ରୂପ ନେଇଛି, ଯେଉଁଠାରେ ବ୍ୟବସାୟୀ, ସାଂସ୍କୃତିକ କାର୍ୟକ୍ରମ ଓ ପାରମ୍ପରିକ ଖାଦ୍ୟର ଦୋକାନ ଗୁଡିକ ଲୋକମାନଙ୍କୁ ଆକର୍ଷିତ କରିଛି। ତାସହ ଗୌଡ଼ ପୁଞ୍ଜା ର ସଦସ୍ୟ ମାନେ ବିଭିର୍ଣ୍ଣ ଶ୍ରେଣୀ ର ସଂଗଠନ ମାନଙ୍କୁ ନେଇ ଜନସାଧାରଣ ଙ୍କ ପାଈଁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ଲୋକମାନଙ୍କୁ ସେବା ଯୋଗାଇ ଦେବାର ଦେଖାଯାଉଛଥିଲା l ପୋଲିସ ଓ ପ୍ରଶାସନ ପକ୍ଷରୁ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା କଡାକଡି ରଖାଯାଇଥିବା ବେଳେ, ଏହି ମେରୁ ଯାତ୍ରା ଗଞ୍ଜାମର ଧାର୍ମିକ ଐତିହ୍ୟ ଓ ସାମ୍ପ୍ରଦାୟିକ ଏକତାର ଜୀବନ୍ତ ଉଦାହରଣ ଭାବେ ପ୍ରତିପାଦିତ ହୋଇଛି। ଏହା ସହ ଏବର୍ଷର ଦଣ୍ଡଯାତ୍ରାର ଭବ୍ୟ ସମାପନ ମେରୁ ପର୍ବ ମାଧ୍ୟମରେ ହେଉଥିବା ବେଳେ, ଭକ୍ତମାନଙ୍କ ମନରେ ଏକ ଅଲୌକିକ ଆନନ୍ଦ ଓ ଆସ୍ଥାର ପରିବେଶ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *