ଆଇପିଏଲ-୨୦୨୩ : ବାଙ୍ଗାଲୋର ଆଗରେ ୨୦୫ର ବିଜୟ ଲକ୍ଷ୍ୟ ଦେଲା କୋଲକାତା

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)୨୦୨୩ର ୯ମ ମ୍ୟାଚରେ ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେ‌ଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁହାଁମୁହିଁ ହୋଇଛନ୍ତି । କୋଲକାତାର ଇଡେନ ଗାର୍ଡେନରେ ରନ ବର୍ଷା କରିଛି କୋଲକାତା । ଘରୋଇ ପଡ଼ିଆରେ ଖେଳାଯାଉଥିବା ମୁକାବିଲାରେ ସାର୍ଦୁଲ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ ହରାଇ ଦଳ ୨୦୪ ରନ ସଂଗ୍ରହ କରିଛି । ଫଳରେ ବାଙ୍ଗାଲୋରକୁ ୨୦୫ ରନର ବିଜୟ ଲକ୍ଷ୍ୟ ଦେଇଛି କୋଲକତା।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଆରସିବିର ବୋଲର ପ୍ରଥମେ ଚମତ୍କାର ବୋଲିଂ କରିଥିଲେ । ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିବା କୋଲକାତାକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲେ ଗୁରବାଜ, ରିଙ୍କୁ ସିଂହ ଓ ଶାର୍ଦ୍ଦୁଳ। କୋଲକାତାର ପାଳି ଆରମ୍ଭ କରିଥିଲେ ଗୁରବାଜ୍‌ ଓ ଭେଙ୍କଟେସ୍‌ ଆୟର। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୨୬ ରନ୍‌ ଯୋଡ଼ିଥିଲେ। ଆୟର ବ୍ୟକ୍ତିଗତ ଭାବେ ମାତ୍ର ୩ ରନ୍‌ ସଂଗହ କରି ପାଭଲିଅନ୍‌ ଫେରିଯାଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମନଦୀପ ସିଂହ ଗୋଟିଏ ବଲ୍‌ ଖେଳି ବିନା ରନ୍‌ରେ ଓ ନୀତିଶ ରାଣା ୧ ରନ୍‌ କରି ବୋଲ୍ଡ ହୋଇଥିଲେ। କୋଲକାତା ୪୭ ରନ୍‌ରେ ଆଗଧାଡ଼ିର ୩ ଜଣଙ୍କୁ ହରାଇ ସାରିଥିଲା। ତେବେ ୪ର୍ଥ ୱିକେଟ୍‌ରେ ଗୁରବାଜଙ୍କୁ ରିଙ୍କୁ ସିଂହ ଭଲ ସହଯୋଗ କରି ୪୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ୮୯ ରନରେ କୋଲକାତାର ୫ଟି ୱିକେଟ୍ ନେବାରେ ଆରସିବି ବୋଲର ସଫଳ ହୋଇଥିଲେ । କିନ୍ତୁ ଷଷ୍ଠ ୱିକେଟ୍ ପାଇଁ ରିଙ୍କୁ ସିଂହ ଏବଂ ସାର୍ଦୁଲ ଠାକୁରଙ୍କ ମଧ୍ୟରେ ୧୦୩ ରନର ପାର୍ଟନରଶିପ ହୋଇଥିଲା । କେକେଆର ପାଇଁ ସାର୍ଦୁଲ ଠାକୁର ୨୯ ବଳରୁ ୬୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ରମାନୁଲ୍ଲାହ ଗୁରବାଜ ୫୭ ରନ୍ ଏବଂ ରିଙ୍କୁ ସିଂହ ୪୬ ରନ୍ କରିଥିଲେ । ଆରସିବି ପକ୍ଷରୁ ଡେଭିଡ୍ ୱିଲି, କରଣ ଶର୍ମା ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ । ସେହିପରି ମହମ୍ମଦ ଶିରାଜ, ବ୍ରେସୱେଲ ଏବଂ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏ ୱିକେଟ୍ ମିଳିଥିଲା ।

Leave a Reply

Your email address will not be published. Required fields are marked *