ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ଆକାଶ
ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ଆକାଶ l ବ୍ୟାସନଗର ପୌରପରିଷଦ ବ୍ୟାସଦେବ ଟାଉନ୍ ହଲ ଠାରୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ କୋରେଇର ମାନ୍ୟବର ବିଧାୟକ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ କର୍ମୀମାନେ ଶିଳାନ୍ୟାସ ସ୍ଥଳୀକୁ ପାଚ୍ଛୋଟି ନେଇଥିଲେ । ବିଧାୟକ ଶ୍ରୀ ଦାସନାୟକ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକୁ ପୂର୍ତ ବିଭାଗ ନିର୍ମାଣ କରିବା ପାଇଁ ଦାୟିତ୍ୱ ନେଇଅଛି । କୋରେଇ ବିକାଶରେ ଆଜି ଏହି ପ୍ରକଳ୍ପ ଆଉ ଏକ ପାଦ ଆଗକୁ ଯାଇଛି । ବିଧାୟକ ଶ୍ରୀ ଦାସନାୟକଙ୍କ ଏହି ପ୍ରଚେଷ୍ଟାକୁ ବ୍ୟାସନଗର ପୌରପରିଷଦର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ଆଗାମୀ ଦିନରେ କୋରେଇର ସ୍ୱାସ୍ଥ୍ୟସେବା, ଗମନାଗମନ, ପାନୀୟଜଳ, କ୍ରୀଡା, ଶିକ୍ଷା ସବୁ କ୍ଷେତ୍ରରେ ବିକାଶର ଧାରା ଆଗକୁ ଆଗକୁ ବଢିଚାଲିଛି । ଏହି ସ୍ୱାସ୍ଥ୍ୟସେବାରେ ଉନ୍ନତି ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ପୂର୍ତ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବଳ ଏବଂ ୧୮ନଂ ୱାର୍ଡର କାଉନସିଲର ଶ୍ରୀଯୁକ୍ତ ଭରତ ଓଝାଙ୍କ ସମେତ ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।
