ବେଦାନ୍ତ ଆଲୁମିନିୟମର ଦୃଢ ଶୁଭାରମ୍ଭ

ବେଦାନ୍ତ ଆଲୁମିନିୟମର ଦୃଢ ଶୁଭାରମ୍ଭ : ଲାଭ ୨୦୫% ବୃଦ୍ଧି ପାଇ ଟ.୬,୫୯୭ କୋଟି ପହଂଚିଥିବା ବେଳେ ଇବିଆଇଟିଡିଏ ୧୩୪% ବୃଦ୍ଧି ପାଇ ଟ.୧୦,୪୯୯ କୋଟିରେ ପହଂଚିଛି

ସର୍ବକାଳୀନ ସର୍ବାଧୂକ ରାଜପ୍ସ ଟ.୨୧,୧୦୫ କୋଟି: ତ୍ରୈମାସିକ ଭିତିରେ ୧୩% ଓ ବାର୍ଷିକ ଭିତିରେ ୪୫%

ରେକର୍ଡ ଇବିଆଇଟିଡିଏ ଟ.୧୦,୪୯୯ କୋଟି: ତ୍ରୈମାସିକ ଭିତିରେ ୨୪% ଓ ବାର୍ଷିକ ଭିତିରେ ୧୩୪% ବୃଦ୍ଧି ।

କର ପରବର୍ତୀ ଲାଭ (ପାଟ) ଟ.୬.୫୯୭ କୋଟି: ତ୍ରୈମାସିକ ଭିତିରେ ୩୩% ଓ ବାର୍ଷିକ ଭିତିରେ ୨୦୫%

ଜର୍ମାନୀର ବୋର୍ଡ ପ୍ରତି ଇକ୍ତିଟି ଶେୟାର ପିଛା ଟ.୮ ହାରରେ ପ୍ରଥମ ଅନ୍ତରୀଣ ଲାଭାଂଶ ଘୋଷଣାକୁ ଅନୁମୋଦନ କରିଛି ।

୬୩୨ କେଟି ସହ ସର୍ବାଧ‌ିକ ଆଲୁମିନିୟମ ଉପ୍ତାଦନର ନୂଆ କୀର୍ତିମାନ ।

ଭୁବନେଶ୍ବର, ଜୁଲାଇ ୩୦, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ବିଏସଇ:୫୪୪୭୮୦. ଏନଏସଇ:ଭିଏଏମଏଲ) ୩୦ ଜୁନ୍ ୨୦୨୬ରେ ସମାପ୍ତ ପ୍ରଥମ ତ୍ରୈମାସିକ ପାଇଁ ଏହାର ଅନିରୀକ୍ଷିତ ଆର୍ଥକ ଫଳାଫଳ ଘୋଷଣା କରିଛି । ସାଧୀନ କମ୍ପାନି ଭାବେ ପ୍ରଥମ ତ୍ରୈମାସିକରେ କମ୍ପାନି ରେକର୍ଡ ଆର୍ଥିକ ପ୍ରଦର୍ଶନ, ସର୍ବାଧ‌ିକ ଉତ୍ପାଦନ, ବ୍ୟୟ ଦକ୍ଷତା ଏବଂ କୌଶଳଗତ ସମନ୍ବୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ପ୍ରତି ଇକ୍ତିଟି ସେୟାର ପିଛା ଟ.୮ ହାରରେ ପ୍ରଥମ ଅନ୍ତରୀଣ ଲାଭାଂଶ ପ୍ରଦାନକୁ ଅନୁମୋଦନ କରିଛନ୍ତି ।

କମ୍ପାନିର ରାଜସ୍ବ ସର୍ବକାଳୀନ ସର୍ବାଧ‌ିକ ଟ. ୨୧.୧୦୫ କୋଟିରେ ପହଂଚିଛି, ଯାହା ତ୍ରୈମାସିକ ଭିତିରେ ୧୩% ଏବଂ ବାର୍ଷିକ ଭିତିରେ ୪୫% ବୃଦ୍ଧି ପାଇଛି । ଉତ୍ପାଦନ ପରିମାଣ ଓ ବଜାର ମୂଲ୍ୟ ବୃଦ୍ଧି ଏହାର ପ୍ରମୁଖ କାରଣ। ଇବିଆଇଟିଡିଏ (ଇଟିଆଇଟିଡିଏ) ୨୪% ତ୍ରୈମାସିକ ଓ ୧୩୪% ବାର୍ଷିକ ବୃଦ୍ଧି ସହ ଟ.୧୦,୪୯୯ କୋଟିରେ ପହଂଟିଛି । ଏହା ସହିତ କମ୍ପାନିର ଇବିଆଇଟିଡିଏ ମାର୍ଜିନ୍ ସର୍ବାଧ‌ିକ ୫୦%କୁ ବୃଦ୍ଧି ପାଇଛି ।

କର ପରବର୍ତୀ ଲାଭ (ପାଟ) ଟ.୬.୫୯୭ କୋଟିରେ ପହଂଚିଛି, ଯାହା ତ୍ରୈମାସିକ ଭିତିରେ ୩୩% ଏବଂ ବାର୍ଷିକ ଭିତିରେ ୨୦୫% ବୃଦ୍ଧିକୁ ପ୍ରତିଫଳିତ କରୁଛି । ଋଣ ହ୍ରାସ ପଦକ୍ଷେପ ଯୋଗୁଁ କମ୍ପାନିର ନେଟ୍ ଡେକ୍ଟ-ଟୁ-ଇବିଆଇଟିଡିଏ ଅନୁପାତ କ୍ୟୁ୪ ଆର୍ଥିକ ବର୍ଷ୨୬ରେ ୧.୩ ଗୁଣରୁ କମ ୦.୯ ଗୁଣକୁ ଆସିଛି । ଏହି ସୁଦୃଢ଼ ଆର୍ଥିକ ପ୍ରଦର୍ଶନକୁ ଦୃଷ୍ଟିରେ ରଖ୍ କ୍ରସଲ୍ ଓ ଆଇସିଆରଏ କମ୍ପାନିର କ୍ରେଡିଟ୍ ରେଟିକୁ ଏଏ+ (ସ୍ଥିର)କୁ ଉନ୍ନୀତ କରିଛି ।

ପ୍ରଥମ ତ୍ରୈମାସିକରେ କମ୍ପାନି ୬୩୨ କିଲୋଟନ୍ (କେଟି) ଆଲୁମିନିୟମ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସ୍ଥାପନ କରିଛି । ଏହା ତ୍ରୈମାସିକ ଭିତିରେ ୩% ଏବଂ ବାର୍ଷିକ ଭିତିରେ ୫% ବୃଦ୍ଧି ପାଇଛି । ଭାଲ୍ୟୁ-ଆଡେତ୍ ପ୍ରଡକ୍ଟ (ଭିଏପି) ଉତ୍ପାଦନ ମଧ୍ୟ ୩୮୯ କେଟରେ ପହଂଚି ସର୍ବାଧ‌ିକ ସ୍ତର ଛୁଇଁଛି, ଯାହା ତ୍ରୈମାସିକ ଭିତିରେ ୪% ଏବଂ ବାର୍ଷିକ ଭିତିରେ ୧୪% ବୃଦ୍ଧି ପାଇଛି । ଆଲୁମିନା ଉତ୍ପାଦନ ୮୨୬ କେଟିରେ ପହଂଚି ବାର୍ଷିକ ଭିତିରେ ୪୧% ବୃଦ୍ଧି ହାସଲ କରିଛି ।

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବେ ବେଦାନ୍ତ ଆଲୁମିନିୟମ ବିଶ୍ଵର ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଓ ସମ୍ପୂର୍ଣ ସମନ୍ବିତ ଆଲୁମିନିୟମ ବ୍ୟବସାୟ ଗଢ଼ି ତୋଳିବା ଦିଗରେ ଅଗ୍ରସର ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ କମ୍ପାନି କଂଚାମାଲ ସୁରକ୍ଷାକୁ ଆହୁରି ସୁଦୃଢ଼ କରୁଛି ।

vedanta aluminium

କମ୍ପାନିର ପ୍ରଥମ ତ୍ରୈମାସିକ ପ୍ରଦର୍ଶନ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ହୋଲ୍-ଟାଇମ୍ ଡାଇରେକ୍ଟର ଓ ସିଇଓ ରାଜେଶ କୁମାର କହିଛନ୍ତି, “ସାଧୀନ କମ୍ପାନି ଭାବେ ଆମର ନୂଆ ଅଧ୍ୟାୟର ଆରମ୍ଭ ଦୃଢ଼ ପରିଚାଳନାଗତ ଓ ଆର୍ଥକ ପ୍ରଦର୍ଶନ ସହ ହୋଇଛି । ବ୍ୟବସାୟିକ ସ୍ଥିରତା, ଶୃଙ୍ଖଳିତ କାର୍ଯ୍ୟାନ୍ଵୟନ ଏବଂ ଦୀର୍ଘମିଆଦୀ ଦୃଷ୍ଟିକୋଣର ସଫଳ ସମନ୍ଵୟ ଏହାର ମୂଳ ଆଧାର । ବଦଳୁଥିବା ବୈଶ୍ୱକ ପରିସ୍ଥିତିରେ ସମଳ ସୁରକ୍ଷା, କାର୍ଯ୍ୟକ୍ଷମ ସମନ୍ବୟ ଓ ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଆମର ଗୁରୁତ୍ବ ଆମର ପ୍ରତିଯୋଗିତାମୂଳକ କ୍ଷମତାକୁ ଆହୁରି ମଜବୁତ କରିଛି ।”

କମ୍ପାନିର ମୁଖ୍ୟ ଆର୍ଥୁକ ଅଧୁକାରୀ (ସିଏଫଓ) ଅନୁପ ଅଗ୍ରୱାଲ କହିଛନ୍ତି, “ସାଧୀନ କମ୍ପାନି ଭାବେ ଆମର ପ୍ରଥମ ତ୍ରୈମାସିକ ରେକର୍ଡ ରାଜସ, ଇବିଆଇଟିଡିଏ ଓ କର ପରବର୍ତୀ ଲାଭ ସହ ଏକ ଶକ୍ତିଶାଳୀ ଆରମ୍ଭ ହୋଇଛି । ସୁଦୃଢ଼ ବାଲାନ୍ସ ସିଟ୍ ଓ ଉନ୍ନତ କ୍ରେଡିଟ୍ ପ୍ରୋଫାଇଲ୍ ଆମର ଦୀର୍ଘମିଆଦୀ ବିକାଶ ଯୋଜନାକୁ ଅଧୁକ ଗତି ପ୍ରଦାନ କରିବ । ଉର୍ଜା ପରିବର୍ତନ, ଭିତିଭୂମି ବିକାଶ, ପରିବହ‌ନ, ପ୍ୟାକେଜିଂ ଓ ଉନ୍ନତ ଉତ୍ପାଦନ କ୍ଷେତ୍ରରେ ବଢ଼ୁଥ‌ିବା ଚାହିଦାକୁ ଆମେ ଆମର ସମନ୍ବିତ ଭାଲ୍ୟୁ ଚେନ୍ ଓ ଭାଲ୍ୟୁ-ଆଡେଡ୍ ପୋର୍ଟଫୋଲିଓ ମାଧ୍ୟମରେ ପୂରଣ କରିବାକୁ ପ୍ରତିବଦ୍ଧ ।”

କ୍ୟୁ୧ ଆର୍ଥିକ ବର୍ଷ ୨୭ ଇଏସଜିର ମୁଖ୍ୟ ସଫଳତା ମଧ୍ୟରେ:

ସାମାଜିକ ପଦକ୍ଷେପ: କମ୍ପାନିର ଆବଶ୍ୟକତାଲିତିକ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୪ ଲକ୍ଷ ଲୋକ ଉପ ହୋଇଛନ୍ତି । ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ୭୨,୦୦୦ରୁ ଅଧ‌ିକ ବ୍ୟକ୍ତିଙ୍କୁ ସଶକ୍ତ କରାଯାଇଥିବା ବେଳେ ବି ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ୨୭ ଲକ୍ଷ ମହିଳା ଓ ଶିଶୁଙ୍କ ସହାୟତା ପ୍ରଦାନ କରାଯାଇଛି ।

ପରିବେଶ ସୁରକ୍ଷା: ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ବାର୍ଷିକ ଭିତିରେ ୩୮% ବୃଦ୍ଧି ପାଇ ୭୦୧ ମିଲିୟନ୍ ୟୁନିଟ୍ରେ ପହଂଚିଛି । କମ୍ପାନି ପ୍ରାୟ ୪.୯ ମିଲିୟନ୍ ଘନମିଟର ଜଳ ପୁନଃବ୍ୟବହାର କରିବା ସହିତ ଫୁଏ ଆଶ୍ ବ୍ୟବହାର ହାରକୁ ୧.୨୦%ରେ ପହଂଚାଇଛି । ଖଣି ପୂନରୁଦ୍ଧାର ଓ ସଦେଶୀ ଚକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୨୯ ଲକ୍ଷ ବୃକ୍ଷରୋପଣ କରାଯାଇଛି ।

Leave a Reply

Your email address will not be published. Required fields are marked *