ଯାଜପୁର ରୋଡ ଅଗ୍ନିଶମ ବିଭାଗ ପକ୍ଷରୁ ଓଡିଶା ଅଗ୍ନିଶମ ସପ୍ତାହ ଦିବସ ପାଳିତ
ଯାଜପୁର ରୋଡ ଅଗ୍ନିଶମ ବିଭାଗ ପକ୍ଷରୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଓଡିଶା ଅଗ୍ନିଶମ ସପ୍ତାହ ଦିବସ ପାଳିତ ହେଇଯାଇଛି l ଆଜି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ପ୍ରସନ୍ନଜିତ କରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ ଯୋଗଦେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗିଲେ କିଭଳି ସୁରକ୍ଷା ରଖିବେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଡାକ୍ତର ଗୌତମ କୁମାର ସାହୁ ଯୋଗଦେଇ ସୁରକ୍ଷା ଉପରେ ଆଲୋଚନା କରିଥିଲେ l

ଏହି ଅବସରରେ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଆଁ ଲାଗିଲେ କିଭଳି ନିଆଁକୁ ଆୟତ୍ତକୁ ଆଣିବେ ସେ ନେଇ ମଗ ଡ୍ରିଲ ମାଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ରେନିଂ ଦେଇଥିଲେ l ସୂଚନା ଅନୁଯାୟୀ କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଲାଗିବା ପରେ ଯେଭଳି କ୍ଷତି ହେଇଥିଲା ଏହାର ପୁନରାବୃତ୍ତି ନହେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତେକ ସ୍ୱାସ୍ଥ୍ୟଜେନ୍ଦ୍ର ଏଭଳି କାର୍ଯ୍ୟକ୍ରମ ଚାଲିଛି l
