ନୂତନ ଶିଶୁ ମଙ୍ଗଳ କମିଟିଙ୍କ ଦାୟିତ୍ୱ ଗ୍ରହଣ
ପୁରୀ : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ

ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪ ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।
