2026 ମାଧ୍ୟମିକ ଶିକ୍ଷକ ବଦଳି ପୋର୍ଟାଲ୍ ବିଳମ୍ବ: ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଲା ଏନ ପି ଏସ ଶିକ୍ଷକ ସଂଘ

13.04.2026 ତାରିଖର ପତ୍ର ସଂଖ୍ୟା 7353 ଅନୁଯାୟୀ, 2026 ମସିହା ପାଇଁ ପ୍ରାଥମିକ ଶିକ୍ଷକମାନଙ୍କର ଅନଲାଇନ୍ ବଦଳି ପ୍ରକ୍ରିୟା ପାଇଁ କ୍ୟାଲେଣ୍ଡର କାର୍ଯ୍ୟସୂଚୀ ପ୍ରକାଶିତ ହୋଇସାରିଛି କିନ୍ତୁ, ମାଧ୍ୟମିକ ଶିକ୍ଷକମାନଙ୍କ ପାଇଁ ଅନଲାଇନ୍ ବଦଳି ପୋର୍ଟାଲ୍ ଏପର୍ଯ୍ୟନ୍ତ ଖୋଲାଯାଇନାହିଁ।ନିୟମ ଅନୁଯାୟୀ ପ୍ରତିବର୍ଷ ଫେବୃଆରୀ ମାସରେ ଅନଲାଇନ୍ ବଦଳି ପୋର୍ଟାଲ୍ ଖୋଲିବା ଏବଂ ଜୁନ୍ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ସମାପ୍ତ କରିବା ନିର୍ଦ୍ଦେଶ ଥିଲେ ମଧ୍ୟ, ବ୍ୟବହାରିକ ଭାବରେ ଏହା ପାଳନ ହେଉନଥିବାର ଅଭିଯୋଗ ଏନ. ପି. ଏସ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଧାନ କରିଛନ୍ତିଅନେକ ମାଧ୍ୟମିକ ଶିକ୍ଷକ ଦୀର୍ଘଦିନ ଧରି ବଦଳି ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରୁଛନ୍ତି।

ଏହି ବିଳମ୍ବ ହେତୁ ସେମାନେ ମାନସିକ ଚାପରେ ରହିଛନ୍ତି ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅନ୍ୟପଟେ, ଗୁରୁତର ଅସୁସ୍ଥ ଥିବା କିଛି ଶିକ୍ଷକ ଆବେଦନ ପ୍ରକ୍ରିୟା କରିପାରୁନଥିବାରୁ ଚିକିତ୍ସା ଓ ସ୍ଥାନାନ୍ତରଣ ସୁବିଧା ନପାଇ ଅସୁବିଧା ଭୋଗୁଛନ୍ତି। ଏହି ଅବସ୍ଥାରେ କିଛି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ମଧ୍ୟ ଆସିଛି, ଯାହା ଶିକ୍ଷକ ସମୁଦାୟ ପାଇଁ ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ ବିଷୟଏହି ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ଅନଲାଇନ୍ ବଦଳି ପୋର୍ଟାଲ୍ ଖୋଲିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏଥିପାଇଁ ସଭାପତି ଶ୍ରୀ ପ୍ରଧାନ, ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଙ୍କୁ ସ୍କାରକପତ୍ର ପ୍ରଦାନ କରିଛନ୍ତି l

Leave a Reply

Your email address will not be published. Required fields are marked *