ବ୍ରହ୍ମପୁର ପଞ୍ଚାୟତ ର ଅଧିଷ୍ଠାତ୍ରୀ ଦେବୀ ମାଁ ଥାନପତି ମନ୍ଦିରରେ ଚଣ୍ଡି ଅନୁଷ୍ଠିତ

ବ୍ରହ୍ମପୁର ପଞ୍ଚାୟତ ର ଅଧିଷ୍ଠାତ୍ରୀ ଦେବୀ ମାଁ ଥାନପତି ମନ୍ଦିରରେ ଚଣ୍ଡି ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ:- ଭଦ୍ରକ ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ର ପଦ୍ମ ପୁର ଗ୍ରାମ ପଞ୍ଚାୟତ ର ଅଧିଷ୍ଠାତ୍ରୀ ଦେବୀ ମାଁ ଥାନପତି ମନ୍ଦିରରେ ଚଣ୍ଡି ଅନୁଷ୍ଠିତ ହୋଇଯାଇଛି। ଆଜି କୁ ଚାଳିଶ ବର୍ଷ ହେବ ଏହି ଚଣ୍ଡି ପାଠ ଅନୁଷ୍ଠିତ ହୋଇଥାଏ। ଗ୍ରାମ ବାସୀ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ ବାସୀ ମାନଙ୍କ ରୋଗ ଦାଉରୁ ମୁକ୍ତ ହେବା ଏବଂ ଗ୍ରାମ କୁ କୈାଣସି ସମସ୍ୟା ନ ଆସିବା ପାଇଁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଚଣ୍ଡି ପାଠ କରାଯାଏ। ଶହ ଶହ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ଏବଂ ସହଯୋଗ ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି। ମନ୍ଦିର ପାଖରେ ଜଗନ୍ନାଥ ଙ୍କ ମନ୍ଦିର ଏବଂ ମହାଦେବଙ୍କ ମନ୍ଦିର , ରାଧାକୃଷ୍ଣ ମନ୍ଦିର, ପୂଜା ପାଆନ୍ତି। ଏହି ଧାର୍ମିକ କାର୍ଯ୍ୟରେ କ୍ଷୀରୋଦ କୁମାର ରାଉତ ,ଭରତ କୁମାର ପାଢୀ, ଶରତ ଚନ୍ଦ୍ର ପାଢ଼ୀ, ରଞ୍ଜନ ସାହୁ ରତ୍ନ ମଣି ସାହୁ ବାସନ୍ତୀ ପରିଢା ଗ୍ରାମ ବାସୀ ବୃଦ ଉପସ୍ଥିତ ରହି ସଫଳ କରାଇଥିଲେ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *