ନବକାକଳି
ସାହିତ୍ୟ-ସଂସ୍କୃତି-ଆଧ୍ୟାତ୍ମିକ ପତ୍ରିକା “ନବକାକଳି” ର୍ ବାର୍ଷିକ ଉତ୍ସବ ଅନୁଷ୍ଠିତ- ଜଗତସିଂହପୁର ଜିଲ୍ଲାର ସିଦ୍ଧଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ସାହିତ୍ୟ-ସଂସ୍କୃତି-ଆଧ୍ୟାତ୍ମିକ ପତ୍ରିକା “ନବକାକଳି” ର୍ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ନବକାକଳି ପତ୍ରିକାର ସମ୍ପାଦକ ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୁଳପତି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଙ୍କ ସହିତ ବହୁ ବିଶିଷ୍ଟ କବି, ଗାଳ୍ପିକ, ଲେଖକ ଓ ସାହିତ୍ୟ ପ୍ରେମୀ ମାନେ ଯୋଗଦେଇ ସାହିତ୍ୟ-ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ । ପରେ କୁନି କୁନି ପିଲା ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ତ୍ରୈମାସିକ ଏହି ସାହିତ୍ୟ ପତ୍ରିକା ଆଜି 31 ବର୍ଷ ରେ ପଦାର୍ପଣ କରିଥିବା ବେଳେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ପାରିଛି ବୋଲି ଅତିଥିମାନେ କହିଛନ୍ତି ।
