କୃଷକ ଦିବସ ପାଳିତ

ନୀଳାଚଳ କୃଷକ ମହାସଂଘ ପକ୍ଷରୁ କୃଷକ ଦିବସ ପାଳିତ ହଳ ଲଙ୍ଗଳରେ ଅଖୀ ମୁଠି ଅନୁକୂଳ ସଫଳ ଚାଷୀ ହେଲେ ସମ୍ବର୍ଦ୍ଧିତ ଗୋପ -ପୁରୀ ଜିଲ୍ଲା ନୀଳାଚଳ କୃଷକ ମହାସଂଘର ୪୧ ତମ ପ୍ରତିଷ୍ଠା ଦିବସ ତଥା ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଗୋପ ଅନ୍ତର୍ଗତ ବନାଖଣ୍ଡି ଗ୍ରାମପଂଚାୟତ ଅଧୀନରେ ଥିବା ଶାରଡ଼ା ଠାରେ ମହାସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମିଶ୍ରଙ୍କ ସଭାପତିତ୍ବରେ ମହ ମହାସମାରୋହରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଡାଃ ସୁବାଷ ଛେତ୍ରୀ, ନିର୍ଦ୍ଦେଶକ, ଖଦୀ ଓ ଗ୍ରାମୋଦୟ ଆୟୋଗ, ଉଦଘାଟକ ଓ ଡାଃ ସୁକାନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ବୈଜ୍ଞାନିକ, କେନ୍ଦୀୟ ମହିଳା କୃଷିରତ ଗବେଷଣା ସଂସ୍ଥାନ, ଭାରତ ସରକାର, ଭୁବନେଶ୍ବର, ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓଡ଼ିଆ ଚାଷୀ ସୁରକ୍ଷା ଅଭିଯାନ, ଭୁବନେଶ୍ୱର, ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ, ବରିଷ୍ଠ ଆଇନଜୀବୀ ତଥା ଆବାହକ ଜଳ ସୁରକ୍ଷା ସମିତି, କଟକ, ସ୍ବତନ୍ତ୍ର ନିମନ୍ତ୍ରିତ୍ ଅତିଥି , ଗୁରୁ ପ୍ରସାଦ ମହାନ୍ତି, ବରିଷ୍ଠ ଆଇନଜୀବୀ ତ‌ଥା ଅଧ୍ଯକ୍ଷ, ନବ ଜୀବନ ମଣ୍ଡଳ ସମ୍ମାନିତ ଅତିଥ୍ ଓ ପ୍ରଫେସର ଡାଃ ଅଦୈତ କୁମାର ପାତ୍ର, ଓଡିଶା କୃଷି ଓ ବୈଷୟି ବିଦ୍ୟାଳୟ ପ୍ରମୁଖ ବକ୍ତ ଭାବେ ଯୋଗ ଦେଇଥିଲେ ଓ ଅତିଥିମାନଙ୍କ ଦ୍ବାରା ଅଖି ମୁଠି ଆନୁକୂଳ କାର୍ଯ୍ୟକ୍ରମ କରାଯାଇଥିଲା ।

୧୯୮୫ ମସିହାରୁ ମହାସଂଘ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅହରହ କାର୍ଯ୍ୟ କରୁଥିବାରୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାଧୀନତାର ୭୯ ବର୍ଷ ବିତିଯାଇଥିଲେ ମଧ୍ୟ କୃଷକଙ୍କ ପାଇଁ ଏକ ସ୍ବତନ୍ତ୍ର ନୀତି ପ୍ରଣୟନ ନ ହୋଇପାରିବା ପାରିବା, ଜୟ ଯବାନ ଜୟ କିଷାନ ନାରା ଦେଉଥିବା ସରକାର ଚାଷୀ ମାନଙ୍କୁ ସମାନ ଭାବେ ସୁବିଧା ସୁଯୋଗ ଯୋଗାଇ ନଦେବା, ଚାଷୀ ମାନଙ୍କର ମୌଳିକ ସୁବିଧା ପୂରଣ କରିବାରେ ସରକାରଙ୍କ ପଶ୍ଚାତପତ୍ର, ଆବଶ୍ୟକୀୟ, ଶସ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର ନିର୍ମାଣ, ବିକ୍ରିବଟା ପାଇଁ ବଜାରର ବ୍ୟବସ୍ଥା ସୃଷ୍ଟି ନ କରିବା ଯୋଗୁଁ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରୁନାହାନ୍ତି ବୋଲି ଶ୍ରୀ ଅକ୍ଷୟ କୁମାର ଦାସ ପ୍ରକାଶ କରିଥିଲେ । ରାଜନୈତିକ ଦଳମାନଙ୍କ ଉପରେ ଖର୍ଜର ଅଙ୍କୁଶ ଲାଗିବା ସହିତ ତାଙ୍କ ଠାରୁ ଆୟକର ଏବଂ ଜିଏସଟି ଆଦାୟ କରିବା ପାଇଁ ବିବଦ୍ଧ ଆଇନ ଆଣିବା ପାଇଁ ଶ୍ରୀଯୁକ୍ତ ନିରଞ୍ଜନ ମହାପାତ୍ର ଅଧ୍ଯକ୍ଷ, ପରାମର୍ଶ ଦାତା କମିଟି ପ୍ରକାଶ କରିଥିଲେ । ଯଦି ଚାଷୀମାନେ ସ୍ବାଧୀନତା ପୂର୍ବର ସିପାହୀଙ୍କ ଭଳି ଜାଗ୍ରତ ନହୋଇ କେବଳ ମତଦାତା ହୋଇ ରହିଯିବେ ଏବଂ ରାଜନୈତିକ ଦଳମାନଙ୍କ ଉପରେ ତୀକ୍ଷ୍ଣ ନଜର ନ ରଖିବେ ତାହାହେଲେ ନୀତି ସମ୍ପୂର୍ଣ ଭାବେ ବିଗିଡିଯିବ ଏବଂ ଆମ ଦେଶର ଅର୍ଥନୀତି ରସାତଳଗାମୀ ହୋଇଯିବ, ଯାହା ଫଳରେ ଧନୀ ଦିନକୁ ଦିନ ଧନୀ ହେଉଥିବାବେଳେ ଗରିବ ଦିନକୁ ଦିନ ଗରିବ ହେବେ ଏବଂ ଗରିବଙ୍କ ସଂଖ୍ୟା ଭାରତ ବର୍ଷରେ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ମତପୋଷଣ କରିଥିଲେ । ପୁରୀ ଜିଲ୍ଲାର ମୁଖ୍ୟ ସମସ୍ଯା ଜଳସେଚନ, ଜଳ ନିଷ୍କାସନ, ଜଳ ସଂରକ୍ଷଣ, ବନ୍ୟା ନିୟନ୍ତ୍ରଣ, ଶସ୍ୟ ସଂରକ୍ଷଣ, ଶୀତଳ ଭଣ୍ଡାର ନିର୍ମାଣ, ନିୟନ୍ତ୍ରିତ ବଜାର କମିଟି, ସାକ୍ଷୀଗୋପାଳ ଓ ନିମାପଡ଼ାକୁ ସଠିକ ଭାବେ ପରିଚାଳନା, ଆବଶ୍ୟକୀୟ ବିହନ, ଋଣ ଓ ସାର ସଠିକ ସମୟରେ ଯୋଗାଣ, ବାତ୍ୟାରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ବୃକ୍ଷରୋପଣ ପ୍ରଭୃତି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ସରକାର ଗ୍ରହଣ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ପଯ ନୁହେଁ କିନ୍ତୁ ସେହି ସବୁ ସୁବିଧା ପ୍ରକୃତ ଚାଷୀମାନଙ୍କୁ ଦେବା ପାଇଁ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରି ତାହା ପ୍ରକୃତ ଚାଷୀଙ୍କୁ ପ୍ରଦାନ କରାଯାଉ ବୋଲି ରାଜ୍ୟ ସଭାପତି ଶ୍ରୀ ଗୋପୀନାଥ ମିଶ୍ର ପ୍ରକାଶ କରିଥିଲେ । ନିର୍ଦ୍ଦେଶକ, ଖଦୀ ଓ ଗ୍ରମୋଦୟ ଆୟୋଗ, ଭୁବନେଶ୍ବର ଓ ବରିଷ୍ଠ ବୈଜ୍ଞାନିକ ଡଃ ସୁକାନ୍ତ କୁମାର ଷଡ଼ଙ୍ଗୀ ଓ ପ୍ରଫେସର ଡାଃ ଅଦୈତ କୁମାର ପାତ୍ର, ଓ. ୟୁ. ଏ. ଟି ଉପସ୍ଥିତ ଚାଷୀମାନଙ୍କୁ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥ‌ିବା ଯୋଜନା ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଚାଷୀ ବା କୃଷକ ଭଳି ନାମକୁ ପରିବର୍ତ୍ତନ କରି ସରକାର କୃଷକମାନଙ୍କୁ ଅନ୍ନଦାତା ବୋଲି ବିବଦ୍ଧ ଭାବେ ଘୋଷଣା କରନ୍ତୁ ବୋଲି ସମ୍ପାଦକ ଶ୍ରୀ ବିପ୍ରବର ପାତ୍ର ପ୍ରକାଶ କରିଥିଲେ । ବିଭିନ୍ନ କ୍ଷେତ୍ରରେ ସଫଳ ଅର୍ଜନ କରିଥିବା ୯ ଜଣ ସଫଳ ବ୍ୟକ୍ତିତ୍ଵ ଶ୍ରୀମତୀ ଶକୁନ୍ତଳା ବିଶ୍ଵାଳ, ଶ୍ରୀମତୀ ବିନୋଦିନୀ ପରିଡା, ଶ୍ରୀମତୀ ସୌଦାମିନୀ ସାହୁ, ଶ୍ରୀଯୁକ୍ତ ଭଗବାନ ଜେନା, ଶ୍ରୀଯୁକ୍ତ କାମଦେବ ବିଶ୍ବାଳ, ଶ୍ରୀଯୁକ୍ତ ଘନଶ୍ୟାମ ପରିଡା, ଶ୍ରୀଯୁକ୍ତ ବ୍ରଜବନ୍ଧୁ ପ୍ରଧାନ, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦାସ, ସୁଶ୍ରୀ ମୋନିକା ରାୟ, ଓ ମହିଳା ବିକାଶ ସଂଗଠନ ପରିଚାଳିକା ମଧୁସ୍ମିତା ସେନାପତିଙ୍କୁ ଅତିଥି ମାନଙ୍କ ଦ୍ବାରା କୃଷକ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମନୟ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଃଶାସନ ସ୍ବାଇଁ ମଞ୍ଚାସୀନ ଥିବା ବେଳେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାତ୍ର, ଗୋପ ବ୍ଲକ ସଭାପତି ସ୍ବାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ଶ୍ରୀଯୁକ୍ତ ପ୍ରକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *