ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ସମାରୋହ ଅନୁଷ୍ଠିତ।
ପୁରୀ ୨୧/୪ ଆଜି ପୁରୀ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ସମାରୋହ ବଗଲା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ୬୭ ବର କନ୍ୟା ବିବାହ ସୂତ୍ରରେ ଆବଦ୍ଧ ହୋଇଥିଲେ।ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଗ ଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏକ ଐତିହାସିକ ଯୋଜନା ବୋଲି କହିଥିଲେ।ଅନେକ ଗରିବ ଓ ଅସହାୟ ପରିବାର ରେ କନ୍ୟା ବିବାହ ଏକ କଷ୍ଟ ଦାୟକ ବ୍ୟାପାର ହୋଇଥାଏ।ଆର୍ଥିକ ଦୃଷ୍ଟି କୋଣରୁ ଅନେକ କନ୍ୟା ବିବାହ ରୁ ବଞ୍ଚିତ ହୋଇଥାନ୍ତି।କିନ୍ତୁ ସରକାରଙ୍କ ର ଏହି ମହତ୍ତ୍ୱକାଂକ୍ଷୀ ଯୋଜନା ସେମାନଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଛି ବୋଲି ସେ କହିବା ସହ ସମସ୍ତ ନବ ଦମ୍ପତି ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ଯୋଜନା ମାଧ୍ୟମରେ ଆର୍ଥିକ ଦୁର୍ବଳ, ଗରିବ ଓ ଅସହାୟ ପରିବାର କେବଳ ଉପକୃତ ହେବେ ନାହିଁ ବରଂ ଏକ ନୂଆ ପରିବାର ଘର ଓ ପରିବାର ବସାଇବାର ସ୍ବପ୍ନ କୁ ସାକାର କରି ପାରିବେ।ବିବାହ ସ୍ବର୍ଗରୁ ସ୍ଥିର ହୋଇଥାଏ ବୋଲି ପ୍ରବାଦ ରହିଛି।ତାହାକୁ ସାମୁହିକ ବିବାହ ମାଧ୍ୟମରେ ଆୟୋଜନ କରିବାର ପରିକଳ୍ପନା ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ବୋଲି କହିଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ପରେ ଅତିଥି ମାନେ ବିବାହ ମଣ୍ଡପ ର ସମସ୍ତ ନବ ଦମ୍ପତି କୁ ପୁଷ୍ପ, ଅକ୍ଷତ ଇତ୍ୟାଦି ବିଞ୍ଚି ଆଶୀର୍ବାଦ ପ୍ରଦାନ କରିଥିଲେ।ସମ୍ମାନପୂର୍ଣ୍ଣ କୁ ପ୍ରୋତ୍ସାହନ ଓ ଆଇନ ଅନୁସାରେ ବିବାହ କରିବାକୁ ସହାୟତା, ଅର୍ଥନୈତିକ ଦୁର୍ବଳ ପରିବାରର ଝିଅ ଙ୍କ ବିବାହ ଖର୍ଚ୍ଚ ହ୍ରାସ, ବାଲ୍ୟ ବିବାହ ଓ ଯୌତୁକ ପ୍ରଥା କୁ ନିରୁତ୍ସାହିତ କରିବା, ବିଧବା ପୁନର୍ବିବାହକୁ ସମର୍ଥନ ଓ ସାମାଜିକ ସୁଧାର କ୍ଷେତ୍ରରେ ସହାୟତା କରିବା ଲକ୍ଷ୍ୟରେ ଏହା ଅଧିକ ଫଳପ୍ରଦ ହୋଇ ପାରିବ।ଏହି ଅବସରରେ ନବ ଦମ୍ପତି ଙ୍କୁ ବିବାହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ନବଦମ୍ପତି ଙ୍କ ପାଇଁ ୬୦ ହଜାର ଟଙ୍କା ର ବ୍ୟବସ୍ଥା କରାଯାଇଛି।ଏଥିରୁ ୪୫ ହଜାର ଟଙ୍କା ଦମ୍ପତି ଙ୍କ ଆକାଉଣ୍ଟ କୁ ଯିବ।ଅନ୍ୟ ୧୫ ହଜାର ଟଙ୍କା ରେ ବିବାହ ମଣ୍ଡପ ଠାରୁ ଆରମ୍ଭ କରି ବିବାହ ର ସମସ୍ତ ବ୍ୟବସ୍ଥା, ଭୋଜି ଆୟୋଜନ ଇତ୍ୟାଦି ବ୍ୟବସ୍ଥା ସଂପୃକ୍ତ ଏଜେନ୍ସି କରିବେ।ଆଜିର ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।ପତିତା ଉଦ୍ଧାର ସମିତି ଏହାର ଆୟୋଜନ ଦାୟିତ୍ୱ ନେଇ ସମସ୍ତ କାର୍ଯ୍ୟ କୁ ସୁନ୍ଦର ଭାବେ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ, କର୍ମଚାରୀ ସହଯୋଗ କରିଥିଲେ।
