ଆଇଏମ୍‌ଙ୍କ ସହ ଡ୍ର ରଖିଲେ ୧୨ ବର୍ଷୀୟ ଇଶାନ

ମୁମ୍ବାଇ, ୧୦ା୪: ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡ-୩ରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ୧୨ ବର୍ଷୀୟ ଇଶାନ ତେନ୍ଦୋଲକର। ଟପ୍‌ ସିଡ୍‌ ତଥା ଇଣ୍ଟରନ୍ୟାଶନାଲ ମାଷ୍ଟର ବିକ୍ରମାଦିତ୍ୟ କୁଲକର୍ନୀଙ୍କ ବିପକ୍ଷ ଗେମ୍‌ ସେ ଡ୍ର’ ରଖିବାରେ ସମର୍ଥ ହୋଇଛନ୍ତି। ଦୁହିଙ୍କ ମଧ୍ୟରେ ୯୬ ମୁଭ୍‌ ଖେଳ ହୋଇଥିଲା। ଇଣ୍ଡିଆ ଚେସ୍‌ ସ୍କୁଲ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୩.୦୦ ଲକ୍ଷ ଟଙ୍କା ପୁରସ୍କାର ରାଶିବିଶିଷ୍ଟ ଏହି ଟୁର୍ନାମେଣ୍ଟର ଆହୁରି ୬ ରାଉଣ୍ଡ ଖେଳ ବାକି ରହିଛି। ଦ୍ୱିତୀୟ ସିଡ୍‌ ସୌରଭ ଖେର୍ଡେକର(ଏଲୋ ରେଟିଂ ପଏଣ୍ଟ ୨୦୯୦), ତୃତୀୟ ସିଡ୍‌ ରାଘବ(୨୦୬୬), ଚତୁର୍ଥ ସିଡ୍‌ ଅର୍ନଭ ଖେର୍ଡେକର(୧୭୨୨), ୬ଷ୍ଠ ସିଡ୍‌ ଗୁରୁପ୍ରକାଶ(୧୬୯୧) ଏବଂ ୭ମ ସିଡ୍‌ ୟୋହାନ ବୋରିଚା(୧୬୩୯) ପ୍ରମୁଖ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ବିଜୟ ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *