କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ
କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ୨୦୨୬-୨୭ ଠାରୁ ୨୦୩୦-୩୧ ଅବଧି ପାଇଁ କାର୍ଯ୍ୟକାରୀ ହେବ ଅନୁମୋଦିତ ଯୋଜନା ନୂଆଦିଲ୍ଲୀ, ୨୮ ଅକ୍ଟୋବରପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନା’ (ପିଏମ ଭିଜିଏସୱାଇ)କୁ ଅନୁମୋଦନ କରାଯାଇଛି । ଏହା ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ଭାବେ କାର୍ଯ୍ୟକାରୀ ହେବ । ‘ବିକଶିତ ଭାରତ’ର ଜାତୀୟ ଲକ୍ଷ୍ୟ ସହ ସମନ୍ୱିତ ଏହି ଯୋଜନାଟି ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଏକ ଅତ୍ୟାଧୁନିକ ପଦକ୍ଷେପ ଅଟେ। ଏହି ଯୋଜନାକୁ ୨୦୨୬-୨୭ ରୁ ୨୦୩୦-୩୧ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ଯାହାକି ଷୋଡ଼ଶ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ସହିତ ସମକାଳୀନ ହେବ ।ଆର୍ଥିକ ପ୍ରଭାବ:ଏହି ଯୋଜନା ପାଇଁ ୭,୩୯୫.୫୫ କୋଟି ଟଙ୍କାର ବ୍ୟୟବରାଦ ରହିଛି, ଯେଉଁଥିରେ କେନ୍ଦ୍ରର ଅଂଶ ୪,୮୬୯.୪୮ କୋଟି ଟଙ୍କା ଏବଂ ରାଜ୍ୟର ଅଂଶ ୨,୫୨୬.୦୭ କୋଟି ଟଙ୍କା ଅନ୍ତର୍ଭୁକ୍ତ । ହିତାଧିକାରୀଙ୍କ ସଂଖ୍ୟା:୨.୫୫ ଲକ୍ଷରୁ ଅଧିକ ପଞ୍ଚାୟତ ଏବଂ ପାରମ୍ପରିକ ସ୍ଥାନୀୟ ସଂସ୍ଥାରେ ଥିବା ପ୍ରାୟ ୩୨ ଲକ୍ଷ ନିର୍ବାଚିତ ପ୍ରତିନିଧି, ପଞ୍ଚାୟତ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଏହି ଯୋଜନାର ପ୍ରତ୍ୟକ୍ଷ ହିତାଧିକାରୀ ହେବେ । ସଚେତନତା ସୃଷ୍ଟି କରୁଥିବା ପ୍ରତ୍ୟେକ କାର୍ଯ୍ୟକ୍ରମ ଅନ୍ତତଃ ୧ କୋଟି ନାଗରିକଙ୍କ ନିକଟରେ ପହଞ୍ଚିବ ।ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ:୧. ସହଭାଗୀ ଏବଂ ସାକ୍ଷ୍ୟ ଆଧାରିତ ନିୟୋଜନ ମାଧ୍ୟମରେ ଇଗ୍ରାମସ୍ୱରାଜ ପୋର୍ଟାଲରେ ପ୍ରତିବର୍ଷ ୨.୫୫ ଲକ୍ଷ ସାମଗ୍ରିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ସମର୍ଥନ କରିବା । ଏହି ଯୋଜନାଗୁଡ଼ିକରେ ଗାଁର ପ୍ରାଥମିକତା, ସମ୍ପୃକ୍ତ କେନ୍ଦ୍ର ଏବଂ ରାଜ୍ୟ ବିଭାଗର ହସ୍ତକ୍ଷେପ ଏବଂ ଅଂଶଗ୍ରହଣକାରୀ ତଥା ଉପଲବ୍ଧ ସମ୍ବଳକୁ ଏକ ସଙ୍ଗେ ସାମିଲ କରାଯିବ ।୨. ଉପଲବ୍ଧ ଡିଜିଟାଲ୍ ଏବଂ ଲୋକସମ୍ପର୍କ ପ୍ଲାଟଫର୍ମ, ଗ୍ରାମସଭା ଏବଂ ପଞ୍ଚାୟତର ଅନ୍ୟାନ୍ୟ ପ୍ଲାଟଫର୍ମ ବ୍ୟବହାର କରି ପ୍ରତ୍ୟେକ ସମନ୍ୱିତ ସଚେତନତା ଅଭିଯାନ ମାଧ୍ୟମରେ ଅତି କମରେ ୧ କୋଟି ନାଗରିକଙ୍କ ନିକଟରେ ପହଞ୍ଚିବା ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଏବଂ ଜାତୀୟ ପଦକ୍ଷେପ ବିଷୟରେ ସଚେତନତାକୁ ଉନ୍ନତ କରିହେବ ଏବଂ ସେଗୁଡ଼ିକରର ସ୍ଥାନୀୟ ପ୍ରଭାବ ଉପରେ ସଚେତନ ବିତର୍କକୁ ଉତ୍ସାହିତ କରିହେବ ।୩. ସାମଗ୍ରିକ ଯୋଜନା, ନାଗରିକଙ୍କ ସହ ଯୋଗାଯୋଗ, ସମ୍ବଳ ପରିଚାଳନା ଏବଂ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ ଅଗ୍ରଗତି ପାଇଁ କ୍ଷମତା ନିର୍ମାଣ କରିବା । ଏଥିସହିତ ଡିଜିଟାଲ ହସ୍ତକ୍ଷେପ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୩୨ ଲକ୍ଷ ନିର୍ବାଚିତ ପ୍ରତିନିଧିଙ୍କ ସହିତ ପଞ୍ଚାୟତ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ପ୍ରଶାସନ କ୍ଷମତାକୁ ସୁଦୃଢ଼ କରିବା।୪. ବାର୍ଷିକ ଅତି କମରେ ୨.୫୫ ଲକ୍ଷ ଅନଲାଇନ୍ ଅଡିଟ୍ ଯୋଜନା ପ୍ରସ୍ତୁତି ଏବଂ ଅଡିଟ୍ ଅନଲାଇନ୍ ମାଧ୍ୟମରେ ଅନୁରୂପ ଅଡିଟ୍ ସମୟସୀମାରେ ସମାପ୍ତ କରିବାରେ ସହାୟତା କରିବା। ଉନ୍ନତ ହିସାବକିତାବ, ସାର୍ବଜନୀନ ପରିପ୍ରକାଶ ଏବଂ ନିଜସ୍ୱ ରାଜସ୍ୱ ସଂଗ୍ରହ ସହିତ, ଏହା ଉପଲବ୍ଧ ପାଣ୍ଠି ପାଇଁ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବ ଏବଂ ଅଧିକ ଆର୍ଥିକ ଭାବରେ ସ୍ୱାବଲମ୍ବୀ ପଞ୍ଚାୟତଗୁଡ଼ିକୁ ସମର୍ଥନ କରିବ ।ଏହି ଯୋଜନା ଅଧୀନରେ କୌଣସି ସ୍ଥାୟୀ ପଦବୀ ସୃଷ୍ଟି କରାଯିବ ନାହିଁ । ତେବେ, ବୈଷୟିକ ସହାୟତା ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକ ହାସଲ କରିବା ନିମନ୍ତେ ଗଠିତ ଆନୁଷ୍ଠାନିକ ବ୍ୟବସ୍ଥାର ଅଂଶ ସ୍ୱରୂପ ଏହି ଯୋଜନା ଅଧୀନରେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଆବଶ୍ୟକତା ଭିତ୍ତିରେ ଚୁକ୍ତିଭିତ୍ତିକ କର୍ମଚାରୀ ନିୟୋଜିତ କରାଯାଇପାରେ।ରାଜ୍ୟ/ଜିଲ୍ଲାର ପରିସର:ଏହି ଯୋଜନା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ହେବ। ଏଥିରେ ସେ ଅଣ-ଅନୁଚ୍ଛେଦ ୯ କ୍ଷେତ୍ରର ଗ୍ରାମୀୟ ସ୍ଥାନୀୟ ପ୍ରଶାସନିକ ସଂସ୍ଥା (ପାରମ୍ପରିକ ସ୍ଥାନୀୟ ସଂସ୍ଥା)ଗୁଡ଼ିକୁ ମଧ୍ୟ ସାମିଲ କରାଯିବ ଯେଉଁଠି ପଞ୍ଚାୟତ ନାହିଁ ।ବିବରଣୀ:ତୃଣମୂଳ ସ୍ତରରେ ଜାତୀୟ ରୂପାନ୍ତରଣକାରୀ ସଂସ୍କାରର ଲାଭ ନେବାର ସୁଯୋଗ: ଗତ ବାର ବର୍ଷ ଧରି ଗ୍ରହଣ କରାଯାଇଥିବା ଜାତୀୟ ସଂସ୍କାର ଏବଂ ସରକାରୀ ପଦକ୍ଷେପ ଗ୍ରାମ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା, ସାର୍ବଜନୀନ ସେବାରେ ଉନ୍ନତି ଆଣିବା ଏବଂ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବା ପାଇଁ ସୁଯୋଗ ସୃଷ୍ଟି କରିଛି। ଏହି ସୁଯୋଗଗୁଡ଼ିକୁ ସାକାର କରିବା ପାଇଁ ସୂଚୀତ ତୃଣମୂଳ ସ୍ତରରେ ସମ୍ପୃକ୍ତି ଏବଂ ସ୍ଥାନୀୟ ଯୋଜନା ଆବଶ୍ୟକ ଯାହା ଏହାର ପ୍ରଭାବ ଲାଗି ଦାୟୀ। ଷୋଡ଼ଶ ଅର୍ଥ ଆୟୋଗ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ପ୍ରାୟ ୪.୩୫ ଲକ୍ଷ କୋଟି ଟଙ୍କାର ଅନୁଦାନ ସୁପାରିସ କରିବା ସହିତ, ପଞ୍ଚାୟତଗୁଡ଼ିକୁ ଜାତୀୟ ପ୍ରାଥମିକତା, ସରକାରୀ ଯୋଜନା, ଉପଲବ୍ଧ ସମ୍ବଳ ଏବଂ ସ୍ଥାନୀୟ ଆକାଂକ୍ଷାକୁ ଏକାଠି କରିବା ପାଇଁ କ୍ଷମତା ଆବଶ୍ୟକ। ପିଏମ ଭିଜିଏସୱାଇ ସାମଗ୍ରିକ ଯୋଜନା, ଆନ୍ତଃବିଭାଗୀୟ ସମନ୍ୱୟ, କ୍ଷମତା ନିର୍ମାଣ ଏବଂ ଗ୍ରାମସଭା ମାଧ୍ୟମରେ ସୂଚିତ ଆଲୋଚନା ମାଧ୍ୟମରେ ଏହି ପଦ୍ଧତିକୁ ସମର୍ଥନ କରିବ। ଏହା ଜାତୀୟ ସ୍ତରୀୟ ପଦକ୍ଷେପ ଏବଂ ବର୍ଦ୍ଧିତ ଆର୍ଥିକ ସମ୍ବଳକୁ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ବିକାଶ ଫଳାଫଳରେ ପରିଣତ କରିବାରେ ସାହାଯ୍ୟ କରିବ, ଯାହା ବିକଶିତ ଭାରତକୁ ଆଗକୁ ବଢ଼ାଇବ ।ସ୍ଥାନୀୟ ଶାସନ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ଭାବରେ ଗ୍ରାମ ପଞ୍ଚାୟତ: ‘ପ୍ରଧାନମନ୍ତ୍ରୀ ବିକଶିତ ଗ୍ରାମ ସ୍ୱରାଜ ଯୋଜନା’ (ପିଏମ ଭିଜିଏସୱାଇ) ଅଧୀନରେ, ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ସ୍ଥାନୀୟ ଯୋଜନା ପ୍ରସ୍ତୁତି ଏବଂ ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟ କ୍ଷେତ୍ରରେ ମୁଖ୍ୟ ଭୂମିକାରେ ରଖାଯିବ। ଗ୍ରାମର ପ୍ରାଥମିକତା, ସରକାରୀ ପଦକ୍ଷେପ ଏବଂ ଉପଲବ୍ଧ ସମ୍ବଳଗୁଡ଼ିକୁ ଏକତ୍ରିତ କରିବା ଦିଗରେ ପଞ୍ଚାୟତଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ, ଯାହା ଫଳରେ ସେଗୁଡ଼ିକ ତୃଣମୂଳ ସ୍ତରୀୟ ବିକାଶର ମୁଖ୍ୟ ଆଧାର ଭାବରେ କାର୍ଯ୍ୟ କରିପାରିବେ। ଏହି ଯୋଜନା ‘ବିକଶିତ ଭାରତ’ର ଲକ୍ଷ୍ୟକୁ ଗ୍ରାମୀଣ ସମ୍ପ୍ରଦାୟର ଆବଶ୍ୟକତା ଏବଂ ଆକାଂକ୍ଷା ସହ ଯୋଡ଼ିବ।ଗ୍ରାମ ପଞ୍ଚାୟତ ସ୍ତରରେ ସାମଗ୍ରିକ ଯୋଜନା: ଏହି ଯୋଜନା ସମସ୍ତ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ ଏବଂ ରାଜ୍ୟ ସରକାରଙ୍କ ଯୋଜନା ପ୍ରକ୍ରିୟାକୁ ଗୋଟିଏ ଡିଜିଟାଲ ପ୍ଲାଟଫର୍ମରେ ଏକତ୍ର କରିବ ଯାହା ଦ୍ୱାରା ଏକ ସାମଗ୍ରିକ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତ କରିବାରେ ସହଯୋଗ କରାଯିବ। ଏହା ପଞ୍ଚାୟତ ଏବଂ ବିଭାଗଗୁଡ଼ିକୁ ଫାଙ୍କ ଚିହ୍ନଟ କରିବାରେ, ହସ୍ତକ୍ଷେପଗୁଡ଼ିକୁ ସମାନ କରିବାରେ ଏବଂ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ସମେତ ଉପଲବ୍ଧ ସମ୍ବଳଗୁଡ଼ିକର ଉତ୍ତମ ବ୍ୟବହାର କରିବାରେ ସାହାଯ୍ୟ କରିବ। ବ୍ୟକ୍ତିଗତ ଯୋଜନା ପ୍ରଦାନ ପାଇଁ ପ୍ରଚଳିତ ବିଭାଗୀୟ ବ୍ୟବସ୍ଥା ଜାରି ରହିବ।ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିକାଶର ଏକ ବ୍ୟବହାରକାରୀ ଅନୁକୂଳ ଦୃଷ୍ଟିକୋଣ: ଇଗ୍ରାମସ୍ୱରାଜ ଏବଂ ପ୍ରଚଳିତ ଇ-ପଞ୍ଚାୟତ ବ୍ୟବସ୍ଥାକୁ ଆଧାର କରି ଏହି ଯୋଜନା ସରକାରୀ ଯୋଜନା, ହିତାଧିକାରୀ, ଲାଭ, ସମ୍ପ୍ରଦାୟ ସମ୍ପତ୍ତି ଏବଂ ଉପଲବ୍ଧ ସମ୍ବଳ ବିଷୟରେ ସୂଚନା ଏକ ସାଧାରଣ ଡିଜିଟାଲ ପ୍ଲାଟଫର୍ମରେ ଏକାଠି କରିବ। ଏହା ପଞ୍ଚାୟତଗୁଡ଼ିକୁ ଫାଙ୍କ ଚିହ୍ନଟ କରିବା ସ୍ଥାନୀୟ ଆବଶ୍ୟକତାକୁ ପୂରଣ କରିବା ଏବଂ ଯୋଜନା, ସମନ୍ୱୟ ଓ ତଦାରଖରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।ଜାତୀୟ ପ୍ରାଥମିକତାକୁ ସ୍ଥାନୀୟ ଆବଶ୍ୟକତା ସହିତ ଯୋଡ଼ିବା: ପିଏମଭିଜିଏସୱାଇ ସରକାରୀ ଯୋଜନା ଏବଂ ଜାତୀୟ ପଦକ୍ଷେପଗୁଡ଼ିକୁ ସରଳ, ସୁଗମ ଭାଷାରେ ବ୍ୟାଖ୍ୟା କରିବା ପାଇଁ ପଞ୍ଚମ ବା ୧୭ଟି ଭାରତୀୟ ଭାଷାରେ ଏକ ଏଆଇ ପରିଚାଳିତ ବହୁଭାଷୀ, ଦ୍ୱି-ପାକ୍ଷିକ ଯୋଗାଯୋଗ ପ୍ଲାଟଫର୍ମ ସମେତ ଉପଲବ୍ଧ ତାଲିମ, ଡିଜିଟାଲ୍ ଏବଂ ଲୋକସମ୍ପର୍କ ପ୍ଲାଟଫର୍ମ ବ୍ୟବହାର କରିବ। ଗ୍ରାମସଭା ଏବଂ ପଞ୍ଚାୟତ ପ୍ଲାଟଫର୍ମଗୁଡ଼ିକ ସାମାଜିକ ଆଲୋଚନାକୁ ଉତ୍ସାହିତ କରିବେ, ଯାହା ଜାତୀୟ ପ୍ରାଥମିକତାକୁ ସ୍ଥାନୀୟ ଆବଶ୍ୟକତା ଏବଂ ଗ୍ରାମ ବିକାଶ ଲକ୍ଷ୍ୟ ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ।ଏହି ପଦ୍ଧତିକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ବିକାଶ: ଡିଜିଟାଲ ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଯୋଜନା ଓ ସମ୍ବଳ ସୂଚନାର ବ୍ୟାଖ୍ୟା, ସାମଗ୍ରିକ ଯୋଜନା ଏବଂ ନାଗରିକଙ୍କ ସହ ଯୋଗାଯୋଗକୁ କ୍ଷମତା ବିକାଶ ଦ୍ୱାରା ସମର୍ଥନ ମିଳିବ। ଏହା ପଞ୍ଚାୟତଗୁଡ଼ିକୁ ସ୍ଥାନୀୟ ଭାବରେ ପ୍ରାସଙ୍ଗିକ ବିକାଶ ଯୋଜନା ଏବଂ ପରବର୍ତ୍ତୀ କାର୍ଯ୍ୟରେ ଉପଲବ୍ଧ ସୂଚନା ଓ ସଚେତନ ବିଚାରବିମର୍ଶକୁ ଅନୁବାଦ କରିବାରେ ସାହାଯ୍ୟ କରିବ। ଉପଲବ୍ଧ ସମ୍ବଳର ସ୍ୱଚ୍ଛ ଏବଂ ଦକ୍ଷ ଉପଯୋଗ: ଏହି ଯୋଜନା ପଞ୍ଚାୟତଗୁଡ଼ିକର ଅର୍ଥ ଆୟୋଗ ଅନୁଦାନ ଏବଂ ଅନ୍ୟାନ୍ୟ ପାଣ୍ଠିକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା, ନିଜସ୍ୱ ରାଜସ୍ୱ ସଂଗ୍ରହ କରିବା ଏବଂ ଅନଲାଇନ୍ ହିସାବ, ଅଡିଟିଂ ଏବଂ ସାଧାରଣ ପ୍ରକାଶନ ସୁନିଶ୍ଚିତ କରିବାର କ୍ଷମତାକୁ ସୁଦୃଢ଼ କରିବ। ଏହା ସ୍ୱଚ୍ଛ ସମ୍ବଳ ବ୍ୟବହାରକୁ ପ୍ରୋତ୍ସାହିତ କରିବ, ସ୍ଥାନୀୟ ବିକାଶର ବ୍ୟବଧାନକୁ ଦୂର କରିବ ଏବଂ ଦାୟିତ୍ୱବାନ, ସ୍ୱାବଲମ୍ବୀ ପଞ୍ଚାୟତଗୁଡ଼ିକୁ ପ୍ରୋତ୍ସାହିତ କରିବ।କାର୍ଯ୍ୟକାରିତା ରଣନୀତି:ଏହି ଯୋଜନା ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଯୋଜନାର ଉଦ୍ଦେଶ୍ୟ ଏବଂ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକଳାପ, ପ୍ରାଥମିକତା ଏବଂ ଆବଶ୍ୟକତା ନିର୍ଦ୍ଧାରିତ କରି ବାର୍ଷିକ କାର୍ଯ୍ୟ ଯୋଜନା ଦାଖଲ କରିବେ। ମନୋନୀତ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ପ୍ରଯୁଜ୍ୟ ପ୍ରକ୍ରିୟା ଏବଂ ମାନଦଣ୍ଡ ଅନୁଯାୟୀ ଏହି ଯୋଜନାଗୁଡ଼ିକର ମୂଲ୍ୟାଙ୍କନ ଏବଂ ଅନୁମୋଦନ କରିବେ। କେନ୍ଦ୍ର ସରକାର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମନ୍ୱୟ, ବୈଷୟିକ ସହାୟତା, ତଦାରଖ ଓ ସମୀକ୍ଷା ଦ୍ୱାରା ସମର୍ଥିତ ସେମାନଙ୍କର ଦାୟିତ୍ୱ କ୍ଷେତ୍ର ମଧ୍ୟରେ କାର୍ଯ୍ୟକଳାପ କରିବେ। ବର୍ତ୍ତମାନର ସଂସ୍ଥାଗତ, କ୍ଷମତା ବିକାଶ, ଡିଜିଟାଲ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ତୃଣମୂଳ ସ୍ତରରେ କାର୍ଯ୍ୟକାରିତାକୁ ସମର୍ଥନ କରିବ ।
