ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ନିଆଁ
ପୁରୀ ଜିଲ୍ଲାର ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ନିଆଁ । ଖବର ପାଇ କଣାସ ଅଗ୍ନିଶମ ବାହିନୀ ଓ ଟାଙ୍ଗୀ ଅଗ୍ନିଶମ ବାହିୀନି ବୋଟ ସାହାଯ୍ୟରେ ଯାଇ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛି | ନଳବଣ ଭିତରେ ଥିବା ବିଦେଶାଗତ ପକ୍ଷୀଙ୍କ ଜୀବନ ବିପଦରେ ଥିବା କୁହାଯାଉଛି । ପକ୍ଷୀ ଶିକାର ପାଇଁ ଦୁର୍ବୃତ୍ତ ମାନେ ଏହି ଭଳି ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଉଛି । ଚିଲିକା ମଝୀ ରେ ଥିବା ୨ କିଲୋମିଟର ବିଶିଷ୍ଟ ଏହି ନଳବଣ ମଧ୍ୟରେ ଅନେକ ପକ୍ଷୀ ଜୀବଜନ୍ତୁ ବାସ କରନ୍ତି ହେଲେ ଅଗ୍ନିକାଣ୍ଡ ଘଟିବା ଦ୍ୱାରା ହଜାର ହଜାର ପକ୍ଷୀ ବାସହରା ହୋଇ ଖରାରେ ଏଣେତେଣେ ଘୁରି ବୁଲୁଛନ୍ତି ଏନେଇ ପକ୍ଷୀଙ୍କ ଜୀବନ ବିପଦ ରେ ଥିବା ଜଣାପଡ଼ିଛି ।
